ଭୁବନେଶ୍ୱର: ବଡଦିନରୁ ହେବ ବଡ ଶୀତ। ରାଜ୍ୟରେ ଶୀତର ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ଥଣ୍ତା ପବନ ବହିବ। ଏହାର ପ୍ରଭାବରେ ସାରା ରାଜ୍ୟ ଜାଡ଼ରେ ଥରିବ। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଥିଲା । ଏବେ ଏହା ଅପସାରଣ ହୋଇସାରିଛି।
ପଶ୍ଚିମା ଝଡ଼ ଥିବାରୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ଆସୁଥିଲା। ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ଥିଲା । ଏବେ ଉତ୍ତର-ପଶ୍ଚିମ ଦିଗରୁ ଆସିବାକୁ କୁ ଥିବା ଥଣ୍ଡା ପବନ ଯୋଗୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ସେପଟେ ଆସନ୍ତା ୨୭ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବୁଧବାର କୋରାପୁଟରେ ୬ ଡିଗ୍ରୀ, ନବରଙ୍ଗପୁର ଓ ଫୁଲବାଣୀରେ ୮ଡିଗ୍ରୀ, ରାୟଗଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧ ଡିଗ୍ରୀ ତାପମାତ୍ରା ରହିପାରେ। ୨୮ ତାରିଖ ଯାଏ ଉପକୂଳ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି।