ଭୁବନେଶ୍ୱର: ରାଇସ୍ ମିଲର୍ ମହାସଂଘ ସହ ଯୋଗାଣ ନିଗମ ଆଲୋଚନାର ବାହାରି ପାରିନା ନାହିଁ କିଛି ଫଳ। ଯାହାର ଫଳ ସୂରୂପ ମିଲର୍ ମହାସଂଘ ନିଷ୍ପତି ନେଇଛି ଯେ ମଙ୍ଗଳବାର ଠାରୁ ରାଜ୍ୟର ସବୁ ଜିଲ୍ଲାରେ ମଣ୍ଡିରୁ ଧାନ ଉଠାଇବେନି। ଏହାକୁ ନେଇ ଚାଷୀମାନେ ପୂରା ଚିନ୍ତାରେ।
ବର୍ଷ ଯାକ ପରିଶ୍ରମ କରି ଉତ୍ପାଦନ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବାରେ ଦେଖାଦେଉଛି ବିଭିନ୍ନ ସମସ୍ୟା। କେତେବେଳେ କଟ୍ନିଛଟନି ହେଉଛି ତ ପୁଣି କେବେ ଟୋକନ୍ ଦେବାରେ ଅସୁବିଧା। ପୁଣି ଏବେ ମିଲର୍ ମହାସଂଘ ସହ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଲୋଚନା ବିଫଳ ହେବା ପରେ ଧାନ ସଂଗ୍ରହରେ ଏ ପ୍ରକାର ଅବ୍ୟବସ୍ଥା ସୃଷ୍ଟି ହୋଇଛି।
ମିଲରମାନେ ମଣ୍ଡିରୁ ଧାନ ଉଠାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା ହୋଇଥିଲା। ମନ୍ତ୍ରୀ ମହାସଂଘ ସଦସ୍ୟମାନଙ୍କୁ କହିଥିଲେ ଯେ ଆପଣଙ୍କ ଦାବି ଯଥର୍ଥ। ମୁଁ ନିଗମ ଏମ୍ଡିଙ୍କ ସହ କଥା ହୋଇଛି, ଆପଣମାନେ ଆଲୋଚନା କରି ସମଧାନ ବାହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ହେଲେ ଗତକାଲି କୌଣସି ନିଷ୍କର୍ସ ବାହାରି ନଥିଲା ବୋଲି ଅଲ୍ ଓଡ଼ିଶା ରାଇସ ମିଲର୍ ଆସୋସିଏସନ୍ ସଭାପତି କହିଛନ୍ତି। କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବ ଭଳି ଦେବାକୁ ଦାବି କରିଛି ମହାସଂଘ।