ସୁନ୍ଦରଗଡରେ ଆତଙ୍କ ଖେଳାଉଛି ଦନ୍ତା । ୨ ଦିନରେ ଚାଲିଗଲାଣି ୨ ଜୀବନ । ସୂଚନା ଅନୁସାରେ , ଗତକାଲି ସଦର ଫରେଷ୍ଟ ରେଞ୍ଜ ଟାଙ୍ଗର ଗାଁରେ ହାତୀ ଆତଙ୍କ ଖେଳାଉଥିବାର ଦେଖିବାକୁ ମିଳିଛି ।
ଏହି ଗ୍ରାମର ଜଣେ ବୃଦ୍ଧାଙ୍କୁ ହାତୀ କଚାଡି ମାରିଦେଇଛି । ଖାଲି ସେତିକି ନୁହେଁ , ଆଜି ବଡଗାଁ ଫରେଷ୍ଟ ରେଞ୍ଜର ଟିମିନା ଗ୍ରାମରେ ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ କଚାଡ଼ି ମାରିଦେଇଛି ଏହି ଦନ୍ତା ହାତୀ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଏକ ଭୟାଭୟ ବାତାବରଣ ସୃଷ୍ଟି ହୋଇଯାଇଛି । ମୃତକ ଜଣକ ହେଲେ ଟିମିନା ଗ୍ରାମର ବିପିନ ଟପ୍ପୋ । ସନ୍ଧ୍ୟା ହେଲେ ଗାଁକୁ ଆସୁଛନ୍ତି ହାତୀପଲ ଆଉ ସାରା ଅଞ୍ଚଳରେ ଖେଳାଉଛନ୍ତି ଆତଙ୍କ । ଝାଡଖଣ୍ଡରୁ ଆସିଥିବା ଏହି ହାତୀ ପଲ ସଦର ଫରେଷ୍ଟ ରେଞ୍ଜ ,ଉଜ୍ଜଳପୁର, ସବଡେଗା ଓ ବଡଗାଁ ରେଞ୍ଜର ବିଭିନ୍ନ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ପୂର୍ବରୁ ହାତୀପଲ ଅନେକ ଫସଲ ନଷ୍ଟ କରୁଥିଲେ । ହେଲେ ଏବେ ଲୋକମାନଙ୍କର ଜୀବନ ନେବାକୁ ପଛାଉନାହାନ୍ତି ଏହି ହାତୀପଲ । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ଵାର୍ଡ କରାଯାଇଥିଲେ ମଧ୍ୟ ସେ ସବୁ କିଛି ଫଳପ୍ରଦ ହେଉନାହିଁ । ତେବେ ଅନ୍ୟପଟେ ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି ଯେ , ଜୀବନ ନେଉଥିବା ହାତୀ ହେଉଛି ଏକ ଦନ୍ତା । ତାକୁ ଘଉଡ଼ାଇବା ପାଇଁ ଆମର ସମସ୍ତ ସ୍କ୍ଵାର୍ଡ ଉଦ୍ୟମ ଜାରିରଖିଛନ୍ତି । ତେବେ ଝାଡ଼ଖଣ୍ଡରୁ ଆସିଥିବା ଏହି ହାତୀପଲ ଏଭଳି କରୁଛି । ଆଗାମୀ ଦିନରେ ଏହି ହାତୀମାନଙ୍କୁ ଘଉଡାଇବାର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।
ଆଗକୁ ପଢନ୍ତୁ :- ସହିଦଙ୍କ ଗାଁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ