ସହିଦଙ୍କ ଗାଁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କେନ୍ଦ୍ରମନ୍ତ୍ରୀ ତାଳଚେରର ଚନ୍ଦ୍ରବିଲ ଗାଁରେ ପହଞ୍ଚି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ସୂଚନା ଅନୁସାରେ ,ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିଦ ବିକା ନାୟକଙ୍କ ଜନ୍ମମାଟି ଚନ୍ଦ୍ରବିଲ ଗାଁକୁ ଯାଇଥିଲେ । ଗାଁରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଗାଁ ଲୋକମାନେ ସଂକୀର୍ତ୍ତନ କରି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ସହିଦଙ୍କ ଗାଁରେ ପହଞ୍ଚି ମାଟି ସଂଗ୍ରହ କରିଥିଲେ । ପରେ ସହିଦଙ୍କ ପରିବାରକୁ ସମ୍ମାନିତ କରିଥିଲେ । ଏହି ଗ୍ରାମର ସ୍କୁଲରେ ବୃକ୍ଷରୋପଣ କରିବା ସହ ଶପଥ ପାଠ ବି କରିଥିଲେ । ଏଠାକୁ ଆସିବା ପୂର୍ବରୁ ସେ ମାଆ ହିଙ୍ଗୁଳାଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମାଟିର ସ୍ବାଧୀନତା ସଂଗ୍ରୀମୀଙ୍କ ଅବଦାନକୁ ମନେ ପକାଇବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ଏହା ପୂର୍ବରୁ ଛେଣ୍ଡିପଦାର ପରଙ୍ଗ ପଞ୍ଚାୟତ ଅଫିସରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଆଗକୁ ପଢନ୍ତୁ :- ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ