ହାତୀ ଘଉଡାଇବା ପାଇଁ ଆସିଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ୨ଟି ଦନ୍ତା ହାତୀ ଗାଁରେ ପଶି ଘରଦ୍ୱାରା ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲେ। ଏଥିପାଇଁ ବନବିଭାଗ ପକ୍ଷରୁ ୧୦ଜଣିଆ ସ୍କ୍ୱାଡ଼ ଟିମ୍ ଗ୍ରାମକୁ ଆସିଥିଲେ।
ସୂଚନା ମୁତାବକ, ହାତୀ ଉଡାଇବାକୁ ଯାଇଥିବା ଏକ ୧୦ଜଣିଆ ସ୍କ୍ୱାଡ଼ ଟିମ୍ କୁ ଅଟକାଇ ଗାଁ ଲୋକେ ମାଡ ମାରିଛନ୍ତି।ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଫରେଷ୍ଟ ଗାର୍ଡ। ଏନେଇ ଲହୁଣୀପଡା ଥାନାରେ ବନବିଭାଗ ପକ୍ଷରୁ ଅଭିଯୋଗ ହୋଇଥିବା ବାଙ୍କୀ ରେଞ୍ଜର କହିଛନ୍ତି । ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଏହିପରି ଅମାନୁଷିକ ଘଟଣା ଘଟେଇଛନ୍ତି । ଗତ କିଛି ଦିନ ଧରି ହାତୀଙ୍କ ଆତଙ୍କରେ ଭୟଭୀତ ଥିଲେ ଗ୍ରାମବାସୀ ପୁଣି ଏହି ଦୁଇଟି ହାତୀ ଏବେ ଦୀର୍ଘ ୧୫ ଦିନ ପରେ ଜାତୀୟ ରାଜପଥ ୧୪୩ ଦେଇ ବଣାଇ ରେଞ୍ଜର ଧରଣୀ ଧର ପାଲି ସେକ୍ସନର ବାଗିଆ କୁଚା ଜଙ୍ଗଲକୁ ଫେରିଛନ୍ତି। ଫଳରେ ବଣାଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।
ଅଧିକ ପଢନ୍ତୁ ; ରାସ୍ତାରେ ଓଲଟିଲା କାଠ ବୋଝେଇ ଟ୍ରକ