ରାସ୍ତାରେ ଓଲଟିଲା କାଠ ବୋଝେଇ ଟ୍ରକ। କୋରାପୁଟର ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯିବାକୁ ଯୋଗାଯୋଗ ମଧ୍ୟ ବନ୍ଦ ରହିଛି। ବୈପାରିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯାତାୟତ ସ୍ୱାଭାବିକ କରିବାରେ ପାଇଁ ଚେଷ୍ଟା କରୁଛି ।
ସୂଚନା ମୁତାବକ, ଗତକାଲି ରାତିରେ କୋରାପୁଟର ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି। ଏଥିପାଇଁ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ରାସ୍ତାରେ ଯୋଗାଯୋଗ ବନ୍ଦ ରହିଛି । ଘଟଣାସ୍ଥଳରେ ବୈପାରିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯାତାୟତ ସ୍ୱାଭାବିକ କରିବାରେ ଲାଗିପଡିଛନ୍ତି ।
ଅଧିକ ପଢନ୍ତୁ ; ଭିତରକନିକାରେ ବଢିଲା ଦେଶୀୟ ପକ୍ଷୀଙ୍କ ସଂଖ୍ୟା