ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି। ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭ହଜାର ୭୯୭ ଟି ପକ୍ଷୀ ଅଧିକ ଆସିଛନ୍ତି ।ଚଳିତବର୍ଷ ରାଜନଗର ରେଞ୍ଜରେ ପ୍ରଥମକରି ଏକମାଣିଆ ବାଲିଡିଆ ଠାରେ ଦେଶୀୟ ପକ୍ଷୀମାନଙ୍କ ଗଣନା କରାଯାଇଛି ଏବଂ ଏଥିରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ ,ଭିତରକନିକାରେ ବଢିଲା ଦେଶୀୟ ପକ୍ଷୀଙ୍କ ସଂଖ୍ୟା। ଏହି ପକ୍ଷୀ ଗଣନା କାର୍ଯ୍ୟ ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏଁ ୫ ଦିନ ଧରି କରାଯାଇଥିଲା। ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୫ଟି ଟିମ୍ । ପ୍ରତି ଟିମ୍ ରେ ୪ରୁ ଉର୍ଦ୍ଧ ବନ କର୍ମଚାରୀ ଥିଲେ । ପ୍ରତିବର୍ଷ କନିକା ରେଞ୍ଜ ଅଧିନରେ ମଠଆଡିଆ , ଲକ୍ଷ୍ମୀ ପ୍ରସାଦ ଡିଆ , ଦୁର୍ଗାପ୍ରସାଦ ଡିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତବର୍ଷ ରାଜନଗର ରେଞ୍ଜ ରେ ପ୍ରଥମକରି ଏକମାଣିଆ ବାଲିଡିଆ ଠାରେ ଦେଶୀୟ ପକ୍ଷୀ ମାନଙ୍କ ଗଣନା କରାଯାଇଛି ଏବଂ ଏଥିରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନବିଭାଗ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଅଧିକ ପଢନ୍ତୁ ; ପାରିବାରିକ କଳହରୁ ସନ୍ତାନକୁ ହତ୍ୟା କଲା ମାଆ