ପାରିବାରିକ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମ କଲା ମାଆ। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି କେନାଲରେ ଶିଶୁଟିର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକ ତୁରନ୍ତ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରି ଶବବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା।
ସୂଚନା ମୁତାବକ, ପିଶାଚ ସାଜିଲା ମା। ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଥିଲା ଜନ୍ମକଲା ମା ପାର୍ବତୀ ନାଏକ। କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ସ୍ତ୍ରୀଲୋକଟି ଉତ୍ୟକ୍ତ ହୋଇ ନିଜର ଶିଶୁପୁତ୍ରକୁ କେନାଲକୁ ଫିଙ୍ଗି ଦେଇଥିଲା। ଆଜି କେନାଲରେ ଶିଶୁଟିର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକ ତୁରନ୍ତ ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବିଶୋଇ ପୋଲିସ ପହଞ୍ଚି ଶବକୁ ଜବଦ କରି ଶବବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା। ହତ୍ୟାକାରୀ ମାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ।
ଅଧିକ ପଢନ୍ତୁ ; ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ସୁରକ୍ଷିତ ଉଦ୍ଧାର