ଆଇପିଏଲ୍ ୨୦୨୪ ର ୨୪ ତମ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ , ଗୁଜୁରାଟ ଟାଇଟାନ୍ସ ସହିତ ମୁକାବିଲା କରିବ । ରାଜସ୍ଥାନ ଏପର୍ଯ୍ୟନ୍ତ ଖେଳିଥିବା ଚାରୋଟି ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି। ଏଥି ସହିତ ଅଧିନାୟକ ଶୁଭମାନ ଗିଲଙ୍କ ନେତୃତ୍ୱରେ ଗୁଜୁରାଟ ଭଲ ପ୍ରଦର୍ଶନ କରିବାରେ ଅସଫଳ ରହିଛି। ଗୁଜୁରାଟର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ ସୱାଇ ମାନସିଂହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଦିନ ଜୟପୁରରେ ପାଗ କିପରି ରହିବ ଆସନ୍ତୁ ଜାଣିବା ।
ରାଜସ୍ଥାନ ରୟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର କମ୍ ସମ୍ଭାବନା ଅଛି । ବର୍ଷା ଯୋଗୁ ମ୍ୟାଚରେ ବାଧା ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ । ଜୟପୁରର ତାପମାତ୍ରା ଦିନରେ ୩୫ ଡିଗ୍ରୀ ହେବ ବୋଲି ଆଶା କରାଯାଉଛି ଯାହା ରାତିରେ ୩୦ ଡିଗ୍ରୀକୁ ଖସିଯିବ।
ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମର ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କୁ ସାହାଯ୍ୟ କରିଥାଏ। ତେବେ ଆରସିବି ବିପକ୍ଷ ଶେଷ ମ୍ୟାଚରେ ରାଜସ୍ଥାନ ସମାନ ଗ୍ରାଉଣ୍ଡରେ ୧୮୪ ରନର ଟାର୍ଗେଟକୁ ସହଜରେ ଚେଜ କରିଥିଲା। ଏହି ଗ୍ରାଉଣ୍ଡରେ ରନ ଚେଜ କରୁଥିବା ଦଳର ବିଜୟ ହାର ଅଧିକ ରହିଛି । ୫୫ ଟି ମ୍ୟାଚ ମଧ୍ୟରୁ ରନକୁ ଚେଜ କରୁଥିବା ଦଳ ୩୫ ଟି ମ୍ୟାଚ ଜିତିଛି ।
ଅଧିକ ପଢନ୍ତୁ : ଆଜି ପଞ୍ଜାବ ବନାମ ହାଇଦ୍ରାବାଦ