ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପ୍ରଥମେ ବାଂଲାଦେଶ ଏବଂ ଏବେ ପାକିସ୍ତାନକୁ ନେଇ ଖୁବ ଚର୍ଚ୍ଚା । ବାଂଲାଦେଶ ତ ଟି-୨୦ ବିଶ୍ୱକପରୁ ବିଦା ହୋଇ ସାରିଛି । ଅନ୍ୟପଟେ ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ କରିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ । ଏମିତିରେ ଭାରତକୁ ମ୍ୟାଚ୍ ନ ଖେଳି ଦୁଇ ପଏଣ୍ଟ ମିଳିଯିବ । କିନ୍ତୁ ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ପାକିସ୍ତାନର ମୁସ୍କିଲ ଆହୁରି ବଢିପାରେ । ଏମିତି ହେଲେ ଦଳ ସୁପର-୮ରୁ ବାଦ୍ ପଡିବାର ଦ୍ୱାର ଦେଶରେ ପହଞ୍ଚିଯିବ ।
ପାକିସ୍ତାନ ଟି-୨୦ ବିଶ୍ୱକପରେ ଗ୍ରୁପ ଏରେ ଭାରତ, ଆମେରିକା, ନାମିବ୍ୟା ଓ ନେଦରଲାଣ୍ଡ ସହିତ ରହିଛି । ପାକିସ୍ତାନର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ରହିଛି । ଏହି ମ୍ୟାଚ୍ କଲୋମ୍ବୋରେ ଖେଳାଯିବ । କିନ୍ତୁ ଏହି ମ୍ୟାଚ୍ ସଂପୂର୍ଣ୍ଣ ହେବାର ସମ୍ଭାବନା କମ ରହିଛି । କାରଣ ମ୍ୟାଚ୍ ଉପରେ ବର୍ଷାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଏମିତି ମ୍ୟାଚ୍ ରଦ୍ଦ ବି ହୋଇପାରେ । ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ବାତିଲ ହୋଇ ସାରିଛି । ଏମିତି ହେଲେ ପାକିସ୍ତାନ ସୁପର ୮ରେ ପହଞ୍ଚିବା ମୁସ୍କିଲ ହୋଇଯିବ ।
କଲୋମ୍ବୋରେ ପୂରା ସପ୍ତାହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାକିସ୍ତାନର ପ୍ରଥମ ମ୍ୟାଚ୍ ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୩୦ରେ ଆରମ୍ଭ ହେବ । କିନ୍ତୁ ମଧ୍ୟାହ୍ନରେ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ଏହି ମ୍ୟାଚ୍ ବର୍ଷାରେ ଧୋଇଯାଏ ତେବେ ପାକିସ୍ତାନ ପାଖରେ ରହିବ କେବଳ ଦୁଇଟି ମ୍ୟାଚ୍ । ଏଥିରୁ ଗୋଟିଏ ମ୍ୟାଚ୍ ଆମେରିକା ସହିତ ରହିଛି । ଆଉ ଆମେରିକା ୨୦୨୪ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଥିଲା । ପୁଣି ଅନ୍ୟ ଗୋଟିଏ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ରହିଛି ।
ଯଦି ଦୁଇଟି ମ୍ୟାଚ୍ ଖରାପ ପାଣିପାଗ ଯୋଗୁଁ ପ୍ରଭାବିତ ହୁଏ ତେବେ ପାକିସ୍ତାନ ପାଇଁ ଏହା ବଡ ମୁସ୍କିଲ ସ୍ଥିତି ସୃଷ୍ଟି କରିବ । ପ୍ରଥମେ ତ ପାକିସ୍ତାନ ଭାରତ ବିପକ୍ଷରେ ମ୍ୟାଚ୍ ନ ଖେଳି ଦୁଇ ପଏଣ୍ଟ ହରାଇବ । ପୁଣି ବର୍ଷା ଯୋଗୁଁ ମ୍ୟାଚ୍ ଧୋଇ ହୋଇଗଲେ ଦଳ ପୁଣି ପଏଣ୍ଟ ହରାଇବ । ମୋଟାମୋଟି ପାକିସ୍ତାନ ପାଇଁ ଟି-୨୦ ବିଶ୍ୱକପ୍ ୨୦୨୬ ବହୁତ କଠିନକର ରହିଛି ।
Also read: ଭାରତ ଯେକୌଣସି ଦେଶଠାରୁ ତେଲ କିଣିବାକୁ ମୁକ୍ତ: ରୁଷ