ଭୁବନେଶ୍ୱର: ବିଜୁ ଜନତା ଦଳରେ ଲାଗି ରହିଥିବା ଦଳୀୟ କନ୍ଦଳ ଏବେ ଦାଣ୍ଡରେ ହାଟରେ ଗଡ଼ିଲାଣି । ସେ ପୁଣି ରାଜଧାନୀରେ । ଭୁବନେଶ୍ୱର ତିନି ପ୍ରମୁଖ୍ୟ ନେତାଙ୍କ ମଧ୍ୟର ଲାଗି ରହିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହି ମାମଲା ଶଙ୍ଖଭବନରୁ ବାହାରି ଥାନା ପହଁଚିଲାଣି । ଦୁଇ କର୍ପୋରେଟର୍ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ଏବଂ ଅଶୋକ ପଣ୍ଡାଙ୍କ ମଧ୍ୟର ବିବାଦକୁ ନେଇ ଦୁଇ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନା ଏବଂ ଏୟାର ଫିଲ୍ଡ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।
କର୍ପୋରେଟର୍ ଅମରେଶ ଜେନାଙ୍କ ସମର୍ଥକ ତଥା ବିଜୁ ଛାତ୍ର ଜନତା ଦଳର ସଦସ୍ୟ ବିବେକ ସ୍ୱାଇଁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାମରେ ମାମଲା ଦାୟର କରିଛନ୍ତି । ଅନ୍ୟପକ୍ଷରେ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମର୍ଥକ ଅବିନାଶ ପାତ୍ର ଅଶୋକ ପଣ୍ଡାଙ୍କ ସମର୍ଥକ ରାଜେଶ ପାତ୍ରଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି । ଉଭୟ ଅଶୋକ ପଣ୍ଡା ଏବଂ ରାଜେଶ ପାତ୍ର ଧମକ ଦେଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ।
ଏହା ପୂର୍ବରୁ ରାଜେଶ ପାତ୍ର ଦୁଇ କର୍ପୋରେଟର୍ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ନାରାୟଣଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ସେ ବିଜେଡ଼ିର କର୍ମୀ ଏବଂ ଆଉ କୌଣସି ଦଳର ସଦସ୍ୟ ନୁହଁନ୍ତି ବୋଲି କହିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରବିବାର ଭୁବନେଶ୍ୱର ହରତାଳ ପାଇଁ ଶଙ୍ଖ ଭବନରେ ବୈଠକ ଚାଲିଥିବାବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଦୁଇ କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ଅନ୍ୟ କର୍ପୋରେଟର ବିରୋଧ କରିଥିଲେ । ଏଥିରେ ରାଜେଶ ପାତ୍ରଙ୍କ ବିରୋଧକୁ ଦେଖି ଦୁଇ କର୍ପୋରେଟର ଅମରେଶ ଏବଂ ବିରଞ୍ଚି ଏହାକୁ ଖୁଲମକୁଲା କହିଥିଲେ କି ରାଜେଶ ଅନ୍ୟ ଦଳର ନେତା । ସେ କାହିଁକି ଦଳୀୟ ବୈଠକକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।