କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଉ କିଛି ସମୟ ପରେ କଂଗ୍ରେସ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:Who-will-be-the-next-Chief-Minister-of-Punjab-an-important-meeting-of-the-Congress-Legislative-Party-was-held

ପଞ୍ଜାବ, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା): ପଞ୍ଜାବ ରାଜନୀତି ଏବେ ଏକ ନୂଆ ମୋଡ ନେବାକୁ ଯାଉଛି । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ହଟଚମଟ ।

କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? କାହା ହାତକୁ ଯିବ ଶାସନ ଭାର ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତି ଦଳ ନେବ ଏବଂ କଂଗ୍ରେସ ର ଯାହା ଉପରେ ଭରଞା ପାଇବ ସେ ହି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ କାଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କ୍ୟାପ୍ଟେନ୍ ଅମରିନ୍ଦର ସିଂ କହିଥିବା ବେଳେ ଆଜି ବସିବାକୁ ଯାଉଛି କଂଗ୍ରେସ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଆଜିର ବୈଠକରେ ଦଳ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ନିଷ୍ପତି ନେଇପାରେ ବୋଲି ଜଣାପଡିଥିବା ବେଳେ ଏବେ ଲିଷ୍ଟରେ କିଛି ଜଣଙ୍କ ନାମକୁ ନେଇ ଗତ କାଲି ଠାରୁ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ଆଉ କିଛି ସମୟ ପରେ ଦିନ ୧୧ ଟାରେ ବସିବାକୁ ଯାଉଥିବା ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇପାରେ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନିଷ୍ପତି ହୋଇପାରେ ।

  • Tags:

Subscribe

National International State Sports Entertainment