ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଚାଲିଛି ହଟ୍ଟଗୋଳ । ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହିଁ ଚାଲିପାରୁନି ଗୃହ । ବିଜେଡ଼ି ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ହୋହାଲ୍ଲା ଯୋଗୁଁ ଗୃହ ଚାଲିପାରୁନି । ଆଜି ଗୃହରେ ଚାଷୀ ପ୍ରସଙ୍ଗରେ ଗର୍ଜିଛନ୍ତି ୨ ଦଳର ବିଧାୟକ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲ୍ତବୀ ଘୋଷଣା କଲେ ବାଚସ୍ପତି ।
ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମାରେ ୧୨ ଯାଏଁ ଗୃହକୁ ମୁଲତବି ରଖାଯାଇଥିବା ବେଳେ ଏବେ ପୁଣି ଥରେ ୪ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ଅଧିକ ପଢନ୍ତୁ: ୯୬ ଲକ୍ଷ ଟଙ୍କା-ଡକ୍ୟୁମେଣ୍ଟ ସହ ୧୭୦ କୋଟିର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ପ୍ରଥମେ ବିଜେଡି ମଣ୍ଡିରେ କଟନୀଛଟନି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆଲୋଚନା ଦାବି କରିଥିଲା । ଏହାକୁ ନେଇ ଉଭୟ ବିରୋଧୀ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ନଚାଲିପାରିବାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ୧୨ଟାରେ ପୁଣି ଥରେ ଗୃହ ଆରମ୍ଭ ହୋଇଥିବା ବେଳେ ଚାଷୀ ପ୍ରସଙ୍ଗକୁ ନେଇ ଜୋରଦାର ହଟ୍ଟଗୋଳ କରିଛି ବିଜେଡି । ଗୃହର ମଧ୍ୟଭାଗରେ ବିଜେଡିର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ମୁଲତବି ରଖିଛନ୍ତି ବାଚସ୍ପତି । ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି ।