ପୁଣି ବିବାଦ ଘେରକୁ ଆସିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ମନ୍ତ୍ରୀଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି କେତେବଳେ ଡାକ୍ତର ତ କେତେବେଳେ ଟଙ୍କା ଉଡାଉଛନ୍ତି । ନିଜ ଦୁଃଖସୁଖ ବୁଝିବାକୁ ବିପଦ ସମୟରେ ପାଖରେ ଛିଡ଼ା ହେବାକୁ ଲୋକେ ବାଛିଥାନ୍ତି ନେତା ମନ୍ତ୍ରୀ । ମାତ୍ର ସେହି ନେତାମନ୍ତ୍ରୀ ଲୋକଙ୍କ ଭଲମନ୍ଦ ବୁଝିବା ପରିବର୍ତ୍ତେ ନିଜ ଖୁସି ଓ ମନୋରଞ୍ଜନରେ ବୁଡ଼ି ରହୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆଉ ମନ୍ତ୍ରୀ ଉଡ଼ାଉଛନ୍ତି ପୁଳା ପୁଳା ଟଙ୍କା ।
ସୂଚନା ଅନୁଯାୟୀ ସୁନ୍ଦରଗଡ ସହରର ଏକ ହୋଟେଲରେ କୱାଲି ଗାୟକ ରାଇସ ଅନିସ ଗୋଟିଏ ପରେ ଗୋଟିଏ କୱାଲି ପରିବେଷଣ କରୁଥିବାବେଳେ ତାଙ୍କ ଉପରକୁ ମନ୍ତ୍ରୀ ସାରଦା ନାୟକ ଉଡ଼ାଉଥିଲେ ପୁଳା ପୁଳା ଟଙ୍କା। ମନ୍ତ୍ରୀଙ୍କ ସହ ଅନ୍ୟ ଦେଖଣାହାରୀ ବି ଏଥିରେ ସାମିଲ ହୋଇଥିଲେ । ଏହି ସମୟରେ ସେଠାରେ ମନ୍ତ୍ରୀ ଉପସ୍ଥିତ ଥିବା ବେଳେ ଭିଡ଼ ବି ଖଚାଖଚ ଭିଡ଼ ଥିଲା । କିଏ ୫୦୦ ଟଙ୍କିଆ ଉଡାଉଥିଲା ତ ଆଉ କିଏ ୧୦୦, ୨୦୦ ତ ପୁଣି କିଏ ୧୦ ଟଙ୍କିଆ, ୨୦ ଟଙ୍କିଆ ଉଡାଉଥିଲା ବେଳେ କୱାଲି ଗାୟକଙ୍କ କୱାଲିରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଉପରେ ଟଙ୍କା ବର୍ଷା କରି ଚାଲିଲେ ବିଜେଡି ସରକାରରେ ମନ୍ତ୍ରୀ ଥିବା ମନ୍ତ୍ରୀ ସାରଦା ନାୟକ ।
ସ୍ଥାନୀୟ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଭଳି କିଛି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏନେଇ ମନ୍ତ୍ରୀ ସାରଦା ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ମନ୍ତ୍ରୀ ସାରଦା ନାୟକ ଲୋକ ପ୍ରତିନିଧୀ ହୋଇଥିବା ବେଳେ ଏପରି ଟଙ୍କା ଉଡ଼ାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।
ମନ୍ତ୍ରୀଙ୍କର ଭିନ୍ନ ରୂପର କାହାଣୀ କଥା ଏତିକି ରେ ସରିନାହିଁ ପୁଣି ଡାକ୍ତର ବି ସାଜିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ରକ୍ତ ଭଣ୍ଡାରରେ ରକ୍ତଦାତାଙ୍କଠୁ ଛୁଞ୍ଚି ଫୋଡି ରକ୍ତ ଟାଣୁଛନ୍ତି ପୁଣି ବ୍ଲଡ଼ପ୍ରେସର ବି ମାପୁଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରୁ ଆସିଛି ଏଭଳି ଘଟଣା। ଯାହାର ଭିଡିଓ ଏବେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢନ୍ତୁ ;- ବିଧାୟକ ବିଜୟ ଶଙ୍କର ଦାସଙ୍କ ବଢ଼ିଲା ଅଡୁଆ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାନ୍ଧବୀ ସୋମାଲିକା