ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପିସିସି ସଭାପତି, କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ସାଂସଦ
Khabar Odisha:The-Chief-Minister-mourned-the-loss-of-former-minister-Sheikh-Matlub-Alli
ଭୁବନେଶ୍ୱର, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା):

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । 

ଏହା ସହ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକପ୍ରକାଶ କରିବା ସହ ମତଲୁବ ବାବୁଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି ହୋଇଥିବା ନେଇ ଜଣାଇଛନ୍ତି । ସେ ଜଣେ ସରଳ,ନିଷ୍କପଟ,ପରୋପକାରୀ ବ୍ୟକ୍ତି ଭାବେ ୫ ଦଶନ୍ଧି ଧରି କଂଗ୍ରେସ ଦଳ ସହ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ କାର୍ଯ୍ୟ କରିଆସୁଥିଲେ । ସେ ମନ୍ତ୍ରୀ ଥିବାବେଳେ ଅନେକ ଗୁଡିଏ ଜନମଙ୍ଗଳ କାର୍ଯ୍ୟ କରିଥିବାରୁ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ । ସେ ଜଣେ ବିଶିଷ୍ଟ ସାହିତ୍ୟିକ ଓ ଲେଖକ ଭାବେ ସମସ୍ତଙ୍କ ପାଖେ ପରିଚିତ ଥିଲେ ବୋଲି ପିସିସି ସଭାପତି ତାଙ୍କ ଶୋକବାର୍ତାରେ ଉଲ୍ଲେଖ କରିଛନ୍ତି ।

ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ମତଲୁବ ଅଲ୍ଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଏଭଳି ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । 

ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି । ତେବେ ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗତ ୧୪ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ପରଲୋକ ଗମନ କରିଛନ୍ତି । ମତଲୁବଙ୍କ ପରଲୋକ ନେଇ ପୁଅ ମାସୁଦ ଅଲ୍ଲୀ ସୂଚନା ପ୍ରଦାନ କରିଛନ୍ତି ।

  • Tags:

Subscribe

National International State Sports Entertainment