'ମିଶନ ୟୁପି' ଆଲିଗଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Prime-Minister-Modi-arrives-in-Aligarh-on-Mission-UP

ନୁଆଦିଲ୍ଲୀ,ସେପ୍ଟେମ୍ବର ୧୪(ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡ ଗସ୍ତ କରିଛନ୍ତି।  ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିକୁ ଏକ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କରିଡର ଉପହାର ଦେବାକୁ ଯାଉଛନ୍ତି। ଆଲିଗଡରେ ଆଜି  ରାଜା ମହେନ୍ଦ୍ର ପ୍ରତାପ ସିଂ ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ।

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିରକ୍ଷା କରିଡରର ମଧ୍ୟ  ମୂଳଦୁଆ ପକାଇବେ। ଆଲିଗଡରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ 92 ଏକର ଉପରେ ବ୍ୟାପିଥିବାବେଳେ 395 ଟି କଲେଜ ଏହା ଅଧୀନରେ ଆସିବ । ଏଥି ସହିତ 2018 ରେ ପ୍ରତିରକ୍ଷା କରିଡର ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ।  19 ଟି କମ୍ପାନୀ ଆଲିଗଡର ପ୍ରତିରକ୍ଷା କରିଡରରେ ପ୍ରାୟ 1300 କୋଟି ନିବେଶ କରିବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ଜାଟ୍ ରାଜା ମହେନ୍ଦ୍ର ପ୍ରତାପ ସିଂଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମୋଦୀ ଏକ ସମାବେଶକୁ ସମ୍ବୋଧିତ କରିବେ ଏବଂ ତା’ପରେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜ ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଗସ୍ତ ହେବ ।

  • Tags:

Subscribe

National International State Sports Entertainment