କରୋନା ଭାଇରସ: ୫୦୦ ପୀଡିତଙ୍କ ଅସ୍ଥି ଆଜି ହରିଦ୍ୱାରରେ ବିସର୍ଜନ କରିବ ଯୁବ କଂଗ୍ରେସ
Khabar Odisha:Politics-Youth-congress-will-immerse-the-ashes-of-500-victims-of-corona-in-Haridwar

ନୂଆଦିଲ୍ଲୀ, ଜୁନ ୧୧ (ଖବର ଓଡ଼ିଶା): କଂଗ୍ରେସର ଯୁବ ଶାଖା ଭାରତୀୟ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବି.ଭି. କହିଛନ୍ତି, ତାଙ୍କର ସଂଗଠନର କର୍ମକର୍ତ୍ତା ଶୁକ୍ରବାର କରୋନା ଭାଇରସ ମହାମାରୀରେ ପ୍ରାଣ ହରାଇଥିବା ୫୦୦  ଜଣ ଲୋକଙ୍କର ଅସ୍ଥି ହରିଦ୍ୱାର ଦେଇ ପ୍ରବାହିତ ଗଂଗା ନଦୀରେ ବିସର୍ଜନ କରିବ । ଏହି ଅସ୍ଥି ବିସର୍ଜନ ପାଇଁ ମତକଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପରେ ହରିଦ୍ୱାର ଯାଇ ନାହାନ୍ତି । 

ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସଙ୍କ ଅନୁସାରେ ଯୁବ କଂଗ୍ରେସ ଦିଳ୍ଲୀର ନିଗମବୋଧ ଘାଟରୁ ୫୦୦ ପୀଡିତଙ୍କ ଅସ୍ଥିତ ଏକତ୍ର କରିଛି । ଗତ କିଛି ସପ୍ତାହରେ ଏମାନଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କିନ୍ତୁ ଆଜି ହେବାକୁ ଥିବା ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ପୀଡିତଙ୍କ ପରିବାର ପକ୍ଷରୁ କେହିବି ଉପସ୍ଥିତ ରହିବେ ନାହିଁ । 

ଟୁଇଟ କରି ଶ୍ରୀନିବାସ ଗୁରୁବାର ସୂଚନା ଦେଇଛନ୍ତି ଯେ, ନିଗମବୋଧ ଘାଟ (ଦିଲ୍ଲୀ)ରୁ ଆଜି ୫୦୦ ପୀଡିତଙ୍କ ଅସ୍ଥି ନେଇ ହରିଦ୍ୱାରରେ ରୀତି ନୀତି ଅନୁସାରେ ଗଂଗା ନଦୀରେ ବିସର୍ଜନ କରାଯିବ । କରୋନା ସଂକଟ ସମୟରେ ଜୀବନ ହରାଇଥିବା ଆମାର ପରିବାରର ଏହି ସଦସ୍ୟଙ୍କ ଅସ୍ଥି ଶୁକ୍ରବାର ଗଂଗା ନଦୀରେ ବିସର୍ଜନ କରାଯିବ । 

 

  • Tags:

Subscribe

National International State Sports Entertainment