ବିଜ୍ଞାପନ ପାଇଁ ମାସକରେ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛି ଆପ୍ ସରକାର: ସୁଖବୀର ସିଂହ ବାଦଲ
Khabar Odisha:Politics-Sukhbir-Singh-Badal-said-AAP-govt-spent-Rs-24-cr-on-advt-in-one-month

ଚଣ୍ଡୀଗଡ଼, ଜୁନ୍ ୧୯ (ଖବର ଓଡ଼ିଶା): ଶିରୋମଣି ଅକାଳୀ ଦଳ ପ୍ରମୁଖ ସୁଖବୀର ସିଂହ ବାଦଲ ଶନିବାର ପଂଜାବର ଆମ ଆଦମୀ ପାର୍ଟି ସରକାର ଉପରେ ଏକ ମାସ ମଧ୍ୟରେ ବିଜ୍ଞାପନ ଉପରେ ୨୪ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ‘ମୁର୍ଖ’ ବନାଇଥିବା ଅଭିଯୋଗ ଆଣିଛନ୍ତି । ସଂଗରୁର ଲୋକସଭା ଆସନରେ ଜୁନ ୨୩ରେ ହେବାକୁ ଥିବା ଉପନିର୍ବାଚାଚନ ପାଇଁ ପାର୍ଟିର ପ୍ରାର୍ଥୀ କମଲଦୀପ କୌରଙ୍କ ପ୍ରଚାର କରିବାକୁ ଆସିଥିବା ସୁଖବୀର ରାଜ୍ୟ ସରକାରଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି । 

ଶିରୋମଣୀ ଅକାଳି ଦଳ ପ୍ରମୁଖ୍ୟ ଶ୍ରୀ ବାଦଲ କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ସରକାର ନିଜର ଖରାପ ପ୍ରଦର୍ଶନକୁ ଲୁଚାଇବା ପାଇଁ ପଂଜାବୀମାନଙ୍କୁ ପ୍ରଚାର କରି ମୁର୍ଖ କରିବାକୁ ଉଦ୍ୟମ କରୁଛି । ସେ ଅଭିଯୋଗ ଆଣିଛନ୍ତି ଯେ, ବର୍ତ୍ତମାନର ସରକାର କେବଳ ବିକାଶ ଓ ନିଯୁକ୍ତି ଅବସର ସୃଷ୍ଟି କରିବାରେ ବିଫଳ ହୋଇଛି । ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି । ସୂଚନାଯୋଗ୍ୟ, ସଂଗରୁର ଲୋକସଭା ଆସନ ପାଇଁ ଜୁନ ୨୩ରେ ଭୋଟ ଗ୍ରହଣ କରାଯିବ । ଏହାର ଫଳାଫଳ ଜୁନ ୨୬ରେ ପ୍ରକାଶ ପାଇବ । ଭଗୱନ୍ତ ମାନ ପଂଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନ ଖାଲି ଥିଲା । 

 

 

  • Tags:

Subscribe

National International State Sports Entertainment