ଗୋଆ କଂଗ୍ରେସରେ କଳହ! ସାଂସଦ କହିଲେ- ପରିବର୍ତ୍ତନ କରାଯାଉ ସଭାପତି, ନହେଲେ ଅନୁତାପ କରିବାକୁ ପଡ଼ିବ
Khabar Odisha:Politics-Rift-in-Goa-congress-MP-Francisco-Sardinha-demands-removal-of-PCC-chief-Girish-Chodankar

ପାଣାଜୀ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): ଗୋଆ କଂଗ୍ରେସରେ ପୁଣି ଥରେ କଳହ ଆରମ୍ଭ ହୋଇଯାଇଛି । ଦଳରେ ଲାଗି ରହିଥିବା ଅସନ୍ତୋଷକୁ ପଦାରେ ପକାଇଛନ୍ତି ସାଂସଦ ଫ୍ରାନସିସ ସରଦିହ୍ନା । ସେ ଗୋଆ କଂଗ୍ରେସର ସଭାପତି ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ପିସିସି ସଭାପତି ପରିବର୍ତ୍ତନ କରା ନଗଲେ ପରେ ଅନୁତାପ କରିବାକୁ ପଡ଼ିବ । 

ଗୋଆ ଦକ୍ଷିଣରୁ କଂଗ୍ରେସର ଲୋକସଭା ସାଂସଦ ଫ୍ରାନସିସ ସରଦିହ୍ନା କହିଛନ୍ତି ଯେ, ଦଳୀୟ ସଭାପତି ଗିରିଶ ଚୋଡ଼ନକର କଂଗ୍ରେସକୁ ଦୁର୍ବଳ କରୁଛନ୍ତି । ସେଥିପାଇଁ କଂଗ୍ରେସକୁ କଂଗ୍ରେସ ସଭାପତି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଯେତେବେଳେ ଜାତୀୟ ଗଣମାଧ୍ୟମ ପକ୍ଷଣୁ ଗିରିଶଙ୍କୁ ଯୋଗାଯୋଗ କରାଯାଇଥିଲା, ସଂପର୍କ ହୋଇପାରି ନଥିଲା । 

ଗୋଆ କଂଗ୍ରେସରେ ବିଗତ କିଛି ଦିନ ହେବ ଆଭ୍ୟନ୍ତରୀଣ କଳହ ଲାଗିରହିଛି । ନିକଟରେ କଂଗ୍ରେସର ମହିଳା ରାଜ୍ୟ ସଭାପତି ପ୍ରତିମା ପୌଟିହ୍ନୋ ଦଳ ଛାଡ଼ିଥିଲେ ଏବଂ ଆମ ଆଦମୀ ପାର୍ଟିରେ ଯୋଗଦେଇଥିଲେ । ସେ କହିଥିଲେ ଯେ, କଂଗ୍ରେସର ନେତୃତ୍ୱ ଦୁର୍ବଳ ଲୋକଙ୍କ ହାତରେ ରହିଛି ଏବଂ ଆଭ୍ୟନ୍ତରୀଣ କଳହ ଯୋଗୁଁ ଚିନ୍ତିତ ଥିଲି । 

ଗୋଆରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହୋଇଥିଲା, ଯେଉଁଥିରେ କି ପାର୍ଟି ୧୫ଟି ସିଟରେ ବିଜୟୀ ହୋଇଥିଲା । କିନ୍ତୁ ଏହାର କିଛି ମାସ ପରେ କଂଗ୍ରେସରେ କଳହ ଆରମ୍ଭ ହୋଇଥିଲା । ୨୦୧୯ ଜୁଲାଇରେ କଂଗ୍ରେସର ୧୫ରୁ ୧୦ ଜଣ ବିଧାୟକ ଏକ ଗୋଷ୍ଠୀ କରିଥିଲେ ଏବଂ ବିଜେପିରେ ସାମିଲ ହୋଇଯାଇଥିଲେ । ସେହି ସମୟରେ ଗିରିଶଙ୍କୁ ରାଜ୍ୟ ସଭାପତି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment