ମହାରାଷ୍ଟ୍ର ପ୍ରଚାର ମଇଦାନରେ ମୋଦୀ: ଦେଶର ବିକାଶ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ
Khabar Odisha:PM-modi-appeals-to-work-together-for-development-of-country-in-Maharastra
ମହାରାଷ୍ଟ୍ର, ଅକ୍ଟୋବର ୧୩ (ଖବର ଓଡ଼ିଶା):

ମହାରାଷ୍ଟ୍ରରେ ଏବେ ଚାଲିଛି ନିର୍ବାଚନ ଲଢ଼େଇ । କିଏ କାହାକୁ ମାତ୍‌ ଦେବ ସେଥିପାଇଁ ଚାଲିଛି ଜୋରଦାର ପ୍ରଚାର । ସେଠାରେ ବିଜେପି ଓ ଶିବସେନା ମିଳିତଭାବେ ଲଢ଼ୁଛନ୍ତି । ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଲଗାଁବରେ ପ୍ରଚାର କରିଛନ୍ତି ମୋଦୀ । ଦେଶର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି ।

ମୋଦୀ କହିଛନ୍ତି ଯେ ସେ ଆଗାମୀ ୫ ବର୍ଷ ପାଇଁ ଦେବେନ୍ଦ୍ର ଫଡ଼ନାଭିସଙ୍କ  ଅନୁଗତରେ ହେବାକୁ ଥିବାର ସରକାର ପାଇଁ ଆପଣମାନଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି । ଏହା ସହିତ ଲୋକସଭା ନିର୍ବାଚନରେ ଯେଉଁ ଆଶୀର୍ବାଦ ମିଳିଛି ସେଥିପାଇଁ ସେ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଆଳରେ ସେ ଲୋକସଭା ନିର୍ବାଚନ ଫଳାଫଳକୁ ଦୋହରାଇଛନ୍ତି । ନିର୍ବାଚନରେ ଯେଉଁ ଜନାଦେଶ ଆସିଲା ୧୨୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ଭବ କରିବାକୁ ଏକ ପ୍ରୟାସ । ଆଜି ସାରା ଦୁନିଆ ନୂଆ ଭାରତର ଉତ୍ସାହ ଦେଖୁଛି ।

ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍‌ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି । ମୋଟ ୨୮୮ଟି ଆସନରୁ ଶିବସେନା ୧୨୬ ଓ ବିଜେପି ୧୪୮ଟି ଆସନରେ ଲଢ଼ୁଥିବାବେଳେ ଅନ୍ୟ ଦଳଙ୍କୁ ୧୪ଟି ଆସନ ମିଳିଛି । ବିଜେପି ପକ୍ଷରୁ ପୁଣି ଥରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ।  

Subscribe

National International State Sports Entertainment