ବିଜେପିରେ ସାମିଲ ହେବା ପରେ କହିଲେ ସାଇନା-‘ପିଏମ ମୋଦୀଙ୍କ ଠାରୁ ପ୍ରେରଣା ମିଳୁଛି’
Khabar Odisha:National-politics-Badminton-Player-Saina-Nehwal-Joins-Bjp-In-Delhi
ନୂଆଦିଲ୍ଲୀ, ଜାନୁଆରୀ ୨୯ (ଖବର ଓଡ଼ିଶା):

ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଖେଳରେ ଧୁମ ମଚାଇବା ପରେ ଏବେ ରାଜନୀତିରେ ନୂଆ ପାଳି ଖେଳିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଜେପିରେ ସାମିଲ ହେବାର କାରଣ ହେଉଛନ୍ତି ପିଏମ ମୋଦୀ, ଯାହାଙ୍କଠାରୁ ତାଙ୍କୁ ପ୍ରେରଣା ମିଳୁଛି । ସାଇନାଙ୍କ ସହ ତାଙ୍କ ବଡ଼ ଭଉଣୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । 

ବିଜେପିରେ ସାମିଲ ହେବା ପରେ ସାଇନା କହିଛନ୍ତି ଯେ ସେ ଏପରି ଦଳ (ବିଜେପି) ସହ ଯୋଡ଼ିହୋଇ ଖୁସି ଅନୁଭବ କରୁଛି ଯିଏ ଦେଶ ପାଇଁ ଭଲ କରୁଛି । ସେ କହିଛନ୍ତି ମୋଦୀଙ୍କଠାରୁ ତାଙ୍କୁ ପ୍ରେରଣା ମିଳୁଛି । ମୋଦୀ ଜୀ ଏତେ ପରିଶ୍ରମ କରୁଛନ୍ତି, ତାଙ୍କ ସହ କାମ କରି ଖୁସି ଲାଗିବ । ସାଇନା କହିଛନ୍ତି, ମୋଦୀ ଜୀ ଖେଳ ପାଇଁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଖେଳୋ ଇଣ୍ଡିଆ ଆରମ୍ଭ କରିବା ଏକ ଭଲ କାମ । 

ନେହୱାଲ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ତାଙ୍କ ବିଜେପିରେ ସଦସ୍ୟତା ଦେଇଥିଲେ । ଏହି ଅବସରରେ ସାଇନାଙ୍କ ମଧ୍ୟ ଉପସ୍ଥିତ ଥିଲେ । ସେ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିବେ । ସାଇନାଙ୍କ ପୂର୍ବରୁ ଅନେକ ଖେଳାଳି ବିଜେପିରେ ସାମିଲ ହୋଇସାରିଛନ୍ତି । ଏଥିରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, କୁସ୍ତି ଯୋଦ୍ଧା ଯୋଗେଶ୍ୱର ଦତ୍ତ ଏବଂ ବବିତା ଫୋଗାତଙ୍କ ପରି ବଡ଼ ଚେହେରା ସାମିଲ ହୋଇଛନ୍ତି ।  

Subscribe

National International State Sports Entertainment