ଦିଲ୍ଲୀ ନିର୍ବାଚନ: ପ୍ରଚାରରେ ଫେସବୁକ୍‌କୁ ମିଳିଲା ଦୁଇ କୋଟି, ସବୁଠୁ ଅଧିକ 65 ଲକ୍ଷ ଖର୍ଚ୍ଚ କରିଛି ଆପ
Khabar Odisha:National-news-Delhi-Assembly-Election-2020-AAP-Spent-Most-On-Facebook-Campaign
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ନେଇ ସୋସିଆଲ ମିଡିଆର ଖୁବ ବ୍ୟବହାର ହୋଇଛି । ସବୁ ପାର୍ଟି ଏବଂ ନେତାମାନେ ଗଳି-ଗଳି ବୁଲି ପ୍ରଚାର କରିଥିଲେ, ଏହାସହ ଲୋକଙ୍କ ହାତରେ ଅର୍ଥାତ ସ୍ମାର୍ଟଫୋନରେ ପହଞ୍ଚିବା ପାଇଁ ମଧ୍ୟ ସବୁ ଚେଷ୍ଟା କରିଥିଲେ । 

ଫେସବୁକରେ ରାଜନୈତିକ ପାର୍ଟି ଗୁଡ଼ିକ ଦୁଇ କୋଟିରୁ ଅଧିକ ଟଙ୍କାର ବିଜ୍ଞାପନ ଦେଇଛନ୍ତି । ଏଥିରେ ସବୁଠାରୁ ଆଗରେ ଦିଲ୍ଲୀରେ କ୍ଷମତାରେ ଥିବା ଆପ ରହିଛି । ପାର୍ଟିର ପ୍ରଚାର ପାଇଁ ଦଳ 65,49,816 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଯଦି ଆପ, ଦିଲ୍ଲୀ କଂଗ୍ରେସ ଏବଂ ଦିଲ୍ଲୀ ବିଜେପିର ଖର୍ଚ୍ଚ କଥା କହିବା ତେବେ ଏହା 1 କୋଟି 40 ଲକ୍ଷ 37 ହଜାର 100 ଟଙ୍କା ଖର୍ଚ୍ଚ କରିଛନ୍ତି । 

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଫେବ୍ରୁଆରୀରେ ଫେସବୁକରେ ହୋଇଥିବା ଖର୍ଚ୍ଚ କଥା ଯଦି କରିବା ତେବେ 2.10 କୋଟି ଟଙ୍କା ବିଜ୍ଞାପନରେ ଦିଆଯାଇଛି । ଏଥିରେ ବିଭିନ୍ନ ଦଳ ସହ ପ୍ରାର୍ଥୀଙ୍କ ଦ୍ୱାରା ଦିଆଯାଇଥିବା ବିଜ୍ଞାପନ ମଧ୍ୟ ସାମିଲ ରହିଛି । 

କିଏ କେତେ ଖର୍ଚ୍ଚ କରିଛି 

ପେଜ                                       ଖର୍ଚ୍ଚ

ପେଜ ଖର୍ଚ୍ଚ (ଟଙ୍କାରେ)

ଆମ ଆଦମୀ ପାର୍ଟି 65,49,816

ଦିଲ୍ଲୀ ବିଜେପି 36,59,285

ମୁଁ ଦିଲ୍ଲୀ-ମୁଁ ପ୍ରାଇଡ୍‌ (ଆପ) 23,49,853

ଦିଲ୍ଲୀ କଂଗ୍ରେସ 38,27,999

ଲଗେ ରହୋ କେଜ୍ରିୱାଲ 17,03,403

ମେ ହୁଁ ଦିଲ୍ଲୀ (ବିଜେପି) 7,32,254

ରାଘବ ଚଡ୍ଡା (ଆପ ପ୍ରାର୍ଥୀ) 10,93,333

ଧରମପାଲ ଲାଖଡ (ଆପ ପ୍ରାର୍ଥୀ) 2,93,370

କୈଳାସ ଗୋହଲତ (ଆପ ପ୍ରାର୍ଥୀ)  3,48,272

ରାମବୀର ସିଂହ ବିଘୁଡ଼ି (ବିଜେପି) 4,82,805

Subscribe

National International State Sports Entertainment