ଆପଣଙ୍କ ଗୋଟିଏ ଭୋଟ କହିବ, ଆପଣ ଶାହୀନ ବାଗ ସହ ଅଛନ୍ତି ନା ଭାରତ ମାଙ୍କ ସହ
Khabar Odisha:National-news-Amit-Shah-Says-Delhi-To-Choose-Shaheen-Bagh-Or-Bharat-Mata
ନୂଆଦିଲ୍ଲୀ,ଜାନୁଆରୀ ୨୯ (ଖବର ଓଡ଼ିଶା):

ଦେଶର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀର ନଜଫଗଡ଼ରେ ନିର୍ବାଚନ ରାଲିକୁ ସମ୍ୱୋଧିତ କରି କହିଛନ୍ତି, ଫେବୃଆରୀ 8ରେ ଲୋକଙ୍କ ଗୋଟିଏ ଭୋଟ କହିବ ଯେ ସେମାନେ ଶାହୀନ ବାଗ ସହ ଅଛନ୍ତି ନା ଭାରତ ମାଙ୍କ ସହ  । ଶାହ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ଏତେ ଜୋରରେ ଇଭିଏମ ବଟନ ଦବାଇବେ ଯେ ଶାହୀନ ବାଗରେ କରେଣ୍ଟ ଲାଗିବ । ଏହାସହ ସେ ଆପ୍‌ ଏବଂ କଂଗ୍ରେସ ଉପରେ ଦଙ୍ଗା ସୃଷ୍ଟି କରାଉଥିବା ଅଭିଯୋଗ କରିଛନ୍ତି । 

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘8 ତାରିଖରେ ଯେତେବେଳେ ଆପଣମାନେ ମତଦାନ କରିବେ, ସେତେବେଳେ ଏହା ଭାବିବନେ ଯେ ଆପଣଙ୍କ ଗୋଟିଏ ଭୋଟ ଅଜିତ ଭାଇଙ୍କୁ ବିଧାୟକ କରିବ । ଆପଣଙ୍କ ଗୋଟିଏ ଭୋଟ ସାରାଦେଶରେ ଏହି ସନ୍ଦେଶ ଦେବ ଯେ ନଜଫଗଡ଼ ଶାହୀନ ବାଗକୁ ସମର୍ଥନ କରୁଥିବା ଲୋକଙ୍କ ସହ ଅଛନ୍ତି ନା ଭାରତ ମାଆଙ୍କ ପୁଅଙ୍କ ସହ’ । 

ଗୃହମନ୍ତ୍ରୀ ଅମିତ ଶାହ ନାଗରିକତ୍ୱ ସଂଶୋଧନ ଆଇନର ଆବଶ୍ୟକତାକୁ ବୁଝାଇ କହିଛନ୍ତି,  କେଜରିୱାଲ ଏବଂ କଂଗ୍ରେସ ଦଳ ଲୋକଙ୍କୁ ଉସକାଉଛି । ତାଙ୍କୁ ଭ୍ରମିତ କରି ଦଙ୍ଗା କରାଉଛି । କହୁଛନ୍ତି ଯେ ଆମେ ଏମାନଙ୍କ ସହ ଅଛୁ । ଆଜି ମଧ୍ୟ ମନୀଷ ସିସୋଧିଆ କହିଛନ୍ତି ଯେ ଆମେ ଶାହନୀ ବାଗ ସହ ଅଛୁ । ମୁଁ ପୁଣି ଥରେ ନଜରଫଗଡର ବୀର ଭୂମିରୁ କେଜରିୱାଲଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ଶାହନୀ ବାଗ ସହ ଅଛନ୍ତି କି ? କେଜରିୱାଲ ନା କହିବେନି । 

Subscribe

National International State Sports Entertainment