ପାଟନା: ମନୀଷ କଶ୍ୟପ ବିଜେପିରୁ ଇସ୍ତଫା ଦେଇଛନ୍ତି । ଫେସବୁକ ପୋଷ୍ଟ ଜରିଆରେ କଶ୍ୟପ ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି । ଏହା ସହିତ ମନୀଷ କଶ୍ୟଫ ନିଜର ଫେସବୁକରେ ଲାଇଭ ଆସି ଅନେକ କଥା କହିଛନ୍ତି । ସେ କହିଛନ୍ତି ଏବେ ମୁଁ ଆଉ ବିଜେପିର ନାହିଁ । ଏବେ ମୁଁ ବିଜେପିର ସଦସ୍ୟ ନୁହେଁ, ମୁଁ ଏହାର ଘୋଷଣା କରୁଛି ।
ସେ କହିଛନ୍ତି, ମୁଁ ନିଜ କ୍ଷେତ୍ର ଚନପଟିଆ ଯାଇଥିଲି ଏବଂ ସେଠାରେ ବୁଲିବା ସମୟରେ ଅନେକ ଲୋକଙ୍କୁ ଭେଟିଥିଲି । ଏହା ପରେ ମୁଁ ନିର୍ଣ୍ଣୟରେ ପହଞ୍ଚିଲି ଯେ, ମୋତେ ବିହାର ଓ ବିହାରୀଙ୍କ ପାଇଁ ଲଢିବାର ଅଛି । ବିହାରରୁ ପଳାୟନ ଜାରି ରହିଛି । ଏହାକୁ ରୋକିବା ପାଇଁ ଲଢିବାର ଅଛି । ମୁଁ ଯେତେବେଳେ ପାର୍ଟିରେ ଥିଲି ଏହି ସମ୍ବନ୍ଧରେ ଲଗାତାର ସ୍ୱର ଉଠାଉଥିଲି ।
ଏବେ ମୋତେ ହୃଦବୋଧ ହେଲା ଯେ, ମୁଁ ପାର୍ଟିରେ ରହି ଏହି ସବୁ କାମ ଠିକ ଢଙ୍ଗରେ କରି ପାରିବି ନାହିଁ । ହେଲେ ମୋର ଏହି ନିର୍ଣ୍ଣୟରେ ଅନେକ ଲୋକ ଖୁସି ହେବେ ଏବଂ ଅନେକ ଲୋକ ଦୁଃଖି ବି ହେବେ । ଯେଉଁ ଲୋକେ ଦୁଃଖି ଅଛନ୍ତି ମୁଁ ସେମାନଙ୍କୁ ହାତ ଯୋଡି ନିବେଦନ କରୁଛି ଯେ, ଏହି ନିର୍ଣ୍ଣୟ ନେବା ପାଇଁ ବିବଶ କରାଗଲା । ମୁଁ ନିଜର ସମସ୍ତ ସବୁ କିଛି ପାର୍ଟିକୁ ଦେଇଥିଲି । ହେଲେ କିଛି ଲୋକଙ୍କ କହିବା କଥା ମନୀଷ କଶ୍ୟପ ମହତ୍ୱାକାଂକ୍ଷୀ । ମାତ୍ର ମୁଁ ମହତ୍ୱାକାଂକ୍ଷୀ ନୁହେଁ । ଯଦି ମୁଁ ମହତ୍ୱାକାଂକ୍ଷୀ ହୋଇଥାନ୍ତି ତେବେ ୨୦୨୪ ନିର୍ବାଚନ ଲଢି ସେମାନଙ୍କର ଅଙ୍କ ବିଗାଡି ଦେଇଥାନ୍ତି ।
ଉନିଷ କଶ୍ୟପ ଏହା ମଧ୍ୟ କହିଛନ୍ତି, ଯେଉଁ ମନୀଷ କଶ୍ୟପ ଏହି ଲୋକଙ୍କ ସହିତ ରହି ନିଜର ସାହାଯ୍ୟ କରି ପାରୁନି ତେବେ ସେ ଅନ୍ୟ ଲୋକଙ୍କର ସାହାଯ୍ୟ କେମିତି କରି ପାରିବ । ପାର୍ଟିରେ ରହିବା ଅର୍ଥ ଆପଣ ଦୁର୍ନୀତି ଉପରେ ପରଦା ପକାଇବେ । ବିହାରରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଛି । କଳ୍ପନା ଜଳ୍ପନା ଲାଗି ରହିଲା ଯେ, ମନୀଷ କଶ୍ୟପ ପୁଣି ଥରେ ଚନପଟିୟାରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ମୁଁ କହିବାକୁ ଚାହୁଁଛି ଆପଣ ମାନେ ଜଣାନ୍ତୁ ମୁଁ କେଉଁଠୁ ନିର୍ବାଚନ ଲଢିବା ଉଚିତ୍ । ମୁଁ କାହାରି ବିରୋଧରେ ନାହିଁ । ମୁଁ ସେହି ଲୋକଙ୍କୁ ବିରୋଧ କରୁଛି ଯିଏ ପଦରେ ବସି ବିହାରବାସୀଙ୍କୁ ଲୁଟୁଛନ୍ତି ।