ମମତାଙ୍କ ତୃତ୍ୱୀୟ ବେଙ୍ଗଲ ବିଜୟ ପାଇଁ ଛୁଟିଲା ଅଭିନନ୍ଦନର ଶୁଅ
Khabar Odisha:Congratulations-pour-in-for-Mamata-as-TMC-all-set-for-third-term

ପଶ୍ଚିମବଙ୍ଗ,ମେ ୨(ଖବର ଓଡିଶା); ମମତାଙ୍କ ନେତୃତ୍ୱରେ ତୃଣମୁଳ କଂଗ୍ରେସ ପଶ୍ଚିମବଙ୍ଗରେ ତୃତ୍ୱୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଦଳର ନେତା ମାନଙ୍କ ପକ୍ଷରୁ ସୁବେଛା ଛୁଟିବାର ଲାଗିଛି ମମତାଙ୍କ ନିକଟକୁ । ସନ୍ଧ୍ୟା ୭ ସୁଦ୍ଧା ମମତାଙ୍କ ଟିଏମସି ୨୧୯ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୭୧ ସିଟ୍ ରେ ଆଗୁଆ ଅଛି । 

ତେବେ ମମତାଙ୍କର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରି ମାନେ ଅଭିନନ୍ଦନ ଜଣାଇଛନ୍ତି । ମୋଦି ମମତାଙ୍କୁ ଶୁବେଛା ଜଣାଇବା ସହିତ ପଶ୍ଚିମବଙ୍ଗକୁ ଆଗକୁ ନେବା ପାଇଁ ଏବଂ କୋଭିଡ ସହିତ ମୁକାବିଲା କରବା ପାଇଁ କେନ୍ଦ୍ରର ସମସ୍ତ ସହେଯାଗ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମମତାଙ୍କୁ ଟ୍ୱିଟ୍ କରି ଶୁବେଛା ଜଣାଇଛନ୍ତି । ଦେଶର ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂ , ଅର୍ଥମନ୍ତ୍ରୀ ନିର୍ମାଳା ସିତାରମଣ ଆଦି ନେତା ସୁବେଛା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment