ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ
Khabar Odisha:Captain-Amarinder-Singh-has-resigned-as-Punjab-Chief-Minister

ନୁଆଦିଲ୍ଲୀ, ସେପ୍ଟେମ୍ବର ୧୮(ଖବର ଓଡିଶା): ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଆଲୋଚନା ହେବାର କିଛି ଘଣ୍ଟା ପରେ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଏହି ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବୋଲି ଅମରିନ୍ଦରଙ୍କ ପୁଅ ରବିନ୍ଦର ସିଂ ଟ୍ୱିଟ୍ କରିଛନ୍ତି। ଏହା ପରେ ଅମରିନ୍ଦର ସିଂ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତିନେଯ ତାଙ୍କୁ ବାରମ୍ବାର ଅପମାନ କରଯାଇଛି । କଂଗ୍ରେସରେ ତାଙ୍କୁ ଅପମାନ କରାଯାଇଛି । ତେô ନୁହଁ କି ଦୁଇ ଥର ନୁହେଁ ତିନିତନି ଥର ତାଙ୍କୁ ଅପମନ କରାଯାଇଥିବା ସେ କହିଥିଲେ । 

. pic.twitter.com/qIlYcr71L7

ତେବେ ଏହା ପରେ ସେ ରାଜନୀତରେ ରହିବେ ବୋଲି କହିଛନ୍ତି । ଏ ନେଇ ଉଚିତ୍ ସମୟ ଆସିଲେ ନିଜ ଲୋକ ମାନଙ୍କ ସହିତ ଆଲୋଚନା କରି ସେ ନିଷ୍ପତି ନେବେ ବୋଲି କହିଛନ୍ତି । କଂଗ୍ରେସକୁ ଯାହା ଉପରେ ବିଶ୍ୱାସ ହେଉଛି ତାଙ୍କୁ ସେ ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି ସେ କହିଛନ୍ତି । ତେବେ ସେ ଆଜି ସକାଳେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲେ ଏବଂ ସେହି ସମୟତରେ ସେ ଇସ୍ତଫା ଦେବେ ବୋଲି ନିଷ୍ପତି ହୋଇ ସାରିଥିଲା ବୋଲି ସୂଚନା ଦେଇଛନ୍ତି । 

ଆସନ୍ତା ବର୍ଷ ଆରମ୍ଭରେ ରାଜ୍ୟରେ ମତଦାନକୁ ଯାଉଛି। ଏହା ପୁର୍ବରୁ ରାଜ୍ୟରେ ରାଜନୈତିକ ହଲଚଲ ଆରମ୍ଭ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଛନ୍ତି । ଶନିବାର ଚଣ୍ଡିଗଡ଼ର ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ପଞ୍ଜାବ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଶୁକ୍ରବାର ଅପରାହ୍ନ ୧୧.୩୯ ରେ ଟ୍ୱିଟ୍ କରି ଏହି ବୈଠକ ଡାକିଛନ୍ତି।

  • Tags:

Subscribe

National International State Sports Entertainment