ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସୁଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୬ ଅତିକ୍ରମ କରିଛି। କଂଗ୍ରେସର ଅଗ୍ରଣୀ ଦ୍ରୁତଗତିରେ ହ୍ରାସ ପାଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ୬୫ଟି ଆସନରେ ଆଗୁଆ ରହିଥିଲା। ମାତ୍ର ଦିନ ୧୨ଟା ବେଳକୁ ବିଜେପି ୫୦ରୁ ଊର୍ଦ୍ଧ୍ବ ଆସନରେ ଆଗୁଆର ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଭାରତୀୟ ଜନତା ପାର୍ଟି(ବିଜେପି) ଶାସନରେ ଜନତା ସନ୍ତୁଷ୍ଟ ହୋଇ ଜନତା ମତଦାନ କରିଥିବା ଆଶଙ୍କ କରାଯାଉଛି। ସନ୍ଧ୍ୟା ସୁଦ୍ଧା ମତଦାନର ଫଳାଫଳ ଆସିଯିବ। ତେବେ ଏହା ପୂର୍ବରୁ ଅନୁମାନ କରାଯାଉଛି ଯେ, ହରିୟାଣାରେ ବିଜେପି ହ୍ୟାଟ୍ରିକ୍ମାରିପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ବିଜେପି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଢ଼ିପାରେ।
ବିଜେପି ନେତା ଶାହନୱାଜ ହୁସେନ କହିଛନ୍ତି ଯେ କଂଗ୍ରେସ ସକାଳେ ବହୁତ ଉତ୍ସବ ପାଳନ କରିଥିଲା। ତେବେ ସେମାନେ ଯେତେ ଉତ୍ସବ ପାଳନ କଲେ ବି ବିଜୟ ବିଜେପି ପାଇଁ ହେବ। ହରିୟାଣାରେ ଆମେ ପୁଣି ଥରେ ଜିତିବାକୁ ଯାଉଛୁ।
ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନର ଟ୍ରେଣ୍ଡ ଉପରେ ବିଜେପି ନେତା ଗୌରବ ଭାଟିଆ କହିଛନ୍ତି, ଏହା ଗଣତନ୍ତ୍ରର ବିଜୟ। ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବ ବୋଲି ଟ୍ରେଣ୍ଡ୍ ସୂଚାଉଥିବାରୁ ଆଜି ଇତିହାସ ସୃଷ୍ଟି ହେଉଛି। ଜମ୍ମୁ-କଶ୍ମୀରରେ ନିର୍ବାଚନ ଐତିହାସିକ। ପୂର୍ବ ନିର୍ବାଚନ ତୁଳନାରେ ଜମ୍ମୁ-କଶ୍ମୀରରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଆମେ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବୁ ବୋଲି ସେ କହିଛନ୍ତି।
ହରିୟାଣା ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି। ଅମ୍ବାଲା କ୍ୟାଣ୍ଟରୁ ବିଜେପି ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଅନୀଲ ଭିଜ୍ କହିଛନ୍ତି ଯେ କଂଗ୍ରେସ ହରିୟାଣା ଯାଇଛି।
ଅଧିକ ପଢ଼ନ୍ତୁ: ଦୁଷ୍କର୍ମ-ହତ୍ୟା ମାମଲା ନେଇ ପ୍ରଦର୍ଶନକାରୀ ଡାକ୍ତର କଲେ ଏମିତି ଘୋଷଣା