ଭୁବନେଶ୍ୱର: ବିଜେଡିର ଦୁଇ ବିଧାୟକ ଏବଂ ଆଉ କିଛି ନେତାଙ୍କ ସସପେଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ବିଶେଷ କରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଯେଉଁଭଳି ଭାବେ ଦଳ ବିରୋଧୀ କାର୍ଯ୍ୟ କାରଣ ଦର୍ଶାଇ ସସପେଣ୍ଡ କରାଗଲା ସଭିଙ୍କୁ ବିସ୍ମିତ କରିଛି । ଏହାକ ନେଇ ରାଜନୀତି ବୟାନବାଜି ଜାରି ରହିଛି । ଏହି ପ୍ରସଙ୍ଗକୁ ନେଇ ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ବିଜେଡି ଆପଣା ଛାଏଁ ଭାଙ୍ଗୁଥିବା ସେ କହିଛନ୍ତି।
ସମ୍ବଲପୁରର ବିଧାୟକ ଜୟ ନାରାୟଣ କହିଛନ୍ତି, ବିଜେଡିରେ ବହୁତ ନେତାଙ୍କ ମନରେ କ୍ଷୋଭ ରହିଛି । ଦଳର କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ବିଜେଡିକୁ ଭାଙ୍ଗିବାକୁ ଚାହୁଁନି । କିନ୍ତୁ ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି । ବିଜେଡି ଆପଣା ଛାଏଁ ଭାଙ୍ଗୁଛି । ବିଜେପି ଚାହିଁଥିଲେ ବିଜେଡିକୁ କେବେଠାରୁ ଭାଙ୍ଗି ସାରନ୍ତାଣି । ବିଜେଡି କାହିଁକି ତାର ଭାଡିକୁ ଫାଙ୍କା କରୁଛି କାରଣ ସେ ହିଁ ଜାଣିଥିବେ ।
ଏହା ପୂର୍ବରୁ ଗତକାଲି ପିସିସି ସଭାପତି ଭକ୍ତ ଦାସ ଓ ବରିଷ୍ଠ ନେତା ରବି ନାରାୟଣ ପାଣି ବିଜେଡିର ସମାଲୋଚନା କରିଥିଲେ । ବିଜେଡିର ଦୁଇ ବିଧାୟକ ନିଲମ୍ବନ ନେଇ ଭକ୍ତ ଦାସ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଦୁଇ ବିଧାୟକଙ୍କୁ ବିଜେପିକୁ ଟେକି ଦିଆଗଲା । ଏହା ତ ଆରମ୍ଭ । ଦୁଇ ମାସ ଭିତରେ ରାଜ୍ୟସଭା ପୂର୍ବରୁ ଆହୁରି ବିଧାୟକଙ୍କୁ ବିଜେପି ହାତରେ ଟେକି ଦେବେ । ବିଜେଡି ଏବେ ବିଜେପିକୁ ମଜବୁତ କରିବାରେ ଲାଗିଛନ୍ତି । ବିଜେଡି ବିଜେପି ପାଇଁ କାମ କରୁଛି ବୋଲି ଭକ୍ତ କହିଛନ୍ତି ।
ବରିଷ୍ଠ ନେତା ରବି ପାଣି କହିଥିଲେ, ବିଧାୟକଙ୍କ ଉପରେ ଆକ୍ସନ ବୁମେରାଂ ହୋଇପାରେ । ପରୋକ୍ଷରେ ବିଜେଡି ନେତା ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ୍ କରିଛନ୍ତି ରବି ପାଣି । ଯେଉଁମାନେ ବିଶ୍ୱାସଘାତ କହୁଛନ୍ତି, ସେମାନେ ମେ ୨୯ରେ କଣ କରିଥିଲେ । ନବୀନଙ୍କ ପାଖରେ ବିଶ୍ୱାସଘାତକ ଘେରି କି ରହିଛନ୍ତି । ନବୀନ ସବୁ ବେଳେ ଛାଇକୁ ଭୟ କରନ୍ତି ।
Also read: ନିଶାଙ୍କୁ ନଚେଇବା ପଡିଲା ମହଙ୍ଗା, ଏସଡିଏମ୍ ହେଲେ ନିଲମ୍ୱିତ