ଭୁବନେଶ୍ୱର ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ ଝଟକା ।ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। କେବଳ ସାମିଲ୍ ହୋଇନାହାନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର ବି କରିଛନ୍ତି। ଆଜି ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ୍ ରୋଡ୍ ଶୋ'ରେ ସେ ସାମିଲ୍ ହୋଇ ଅପରାଜିତା ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ୍ ମାଗିଛନ୍ତି।
ବିଜେପିରେ ମିଶିବା ପରେ ସେ କହିଛନ୍ତି, ବିଜେପି ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶାର ଲୋକେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ୍ ହୋଇଛି। ବିଜେପି ଏକମାତ୍ର ଦଳ, ଯିଏ ବିକାଶ କାର୍ଯ୍ୟକୁ ଆଗକୁ ନେଇପାରିବ ବୋଲି ଶ୍ରୀ ମିତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଜିତୁ ମିତ୍ର ଖୋର୍ଦ୍ଧାରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ସେ ଚାହିଁଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଯେଉଁଥିପାଇଁ ଜିତୁ ମିଶ୍ର ଅସନ୍ତୋଷ ଥିଲେ । ତେଣୁ ଆଜି ସେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ୍ ହୋଇଛନ୍ତି।