ସରକାର ଗଠନ କଲେ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଦେବାକୁ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିଶୃତି
Khabar Odisha:Arvind-Kejriwal-promises-to-pay-Rs-1000-per-month-to-every-woman-over-the-age-of-18-if-the-government-is-formed

ନୁଆଦିଲ୍ଲୀ, ନଭେମ୍ବର ୨୨(ଖବର ଓଡ଼ିଶା): ୨୦୨୨ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେ ପଞ୍ଜାବ ରାଜନୈତିକ ମାହୋଲ ସରଗରମ ରହିଛି । ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି ଯଦି ତାଙ୍କ ଦଳ ପଞ୍ଜାବରେ ସରକାର ଗଠନ କରନ୍ତି ତେବେ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସିକ ୧୦୦୦ ଟଙ୍କା ଦିଆଯିବ। ତେବେ ଏମିତି ହେଲେ “ଏହା କୌଣସି ସରକାର ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ବିଶ୍ୱର ସର୍ବବୃହତ ‘ମହିଳା ଭତ୍ତା ’ଯୋଜନା ହେବ । ପ୍ରତ୍ୟେକ ପରିବାରରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତିମାସରେ ୧୦୦୦ ଟଙ୍କା ପାଇବେ ବୋଲି ସେ କହିଛନ୍ତି।

ବୃଦ୍ଧ ମହିଳାମାନେ ପେନ୍‌ସନ୍ ପାଇବାକୁ ଯାଉଥିବା ବେଳେ ସେମାନଙ୍କ ଆକାଉଣ୍ଟରେ ୧,୦୦୦ ହଜାର ଟଙ୍କା ଜମା ହେବ । ଏହି ସମୟରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ଟାର୍ଗେଟ କରି କହିଛନ୍ତି, “ଆଜିକାଲି ପଞ୍ଜାବରେ ଏକ‘ ନାକଲି କେଜ୍ରିୱାଲ ବୁଲୁଛି। ମୁଁ ଯାହା କିଛି ପ୍ରତିଶୃତି ଦେଉଛି, ସେ ପରଦିନ ଏହାକୁ ଘୋଷଣା କରନ୍ତି କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବେ ନାହିଁ । ତାଙ୍କ ପ୍ରତି ସାବଧାନ ରୁହନ୍ତୁ । ସେ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କେବଳ ଅସଲି କେଜ୍ରିୱାଲ ପୂରଣ କରିପାରିବେ । ପୁର୍ବରୁ କେଜ୍ରିୱାଲ ପଞ୍ଜାବର ପ୍ରତ୍ୟେକ ପରିବାର ପାଇଁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ଏବଂ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ଏବଂ ଔଷଧ ଦେବାକୁ ପ୍ରତିଶୃତି ଦେଇଛନ୍ତି।

  • Tags:

Subscribe

National International State Sports Entertainment