ଭୁବନେଶ୍ୱର, ଏପ୍ରିଲ ୨ (ଖବର ଓଡ଼ିଶା): ପିପିଲି ବିଧାନସଭା ଆସନ ପାଇଁ ନିର୍ବାଚନୀ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ତିନି ଦଳ ନିଜର ପ୍ରଚାର ରଣନୀତି ମଧ୍ୟ ସେତିକି ଦୃଢ କରୁଛନ୍ତି । ଆଜି ବିଜେଡ଼ି ପକ୍ଷରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ହେଲେ ପୂର୍ବଥର ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଭଳି ଏଥର ମଧ୍ୟ ତାଲିକା ରୁ ଆଉଟ୍ ହୋଇଛନ୍ତି ବିଜେଡିର ଚର୍ଚ୍ଚିତ ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି ।
ଅନୁଭବ ମହାନ୍ତି ଏବେ ନିଜ ପାରିବାରିକ କଳହରେ ଛନ୍ଦି ହୋଇ ପଡିଥିବାରୁ ଦଳରେ ତାଙ୍କ ଇମେଜ୍ ମଧ୍ୟ ଧିରେ ଧିରେ ପ୍ରଭାବିତ ହେବାରେ ଲାଗିଛି । ୨୦୧୯ ନିର୍ବାଚନ ସମୟରେ ଅଭିନେତା ସାଂସଦ ଅନୁଭବ ମାହାନ୍ତି ପ୍ରଥମ କରି ନିର୍ବାଚନ ଲଢିଥିବା ବେଳେ ଦଳରେ ଓ ପୁରା ରାଜ୍ୟରେ ଷ୍ଟାର ପ୍ରଚାରକ ଭାବରେ ତାଙ୍କ ଯଥେଷ୍ଟ କ୍ରେଜ୍ ଥିଲା ମାତ୍ର ବର୍ତମାନ ବିଜେଡ଼ିରେ ଆଉ ଅନୁଭବଙ୍କ କ୍ରେଜ୍ ନଥିବା ଭଳି ମନେ ହେଉଛି ।
ତେବେ ପିପିଲି ପ୍ରଚାର ପାଇଁ ଦଳ ସବୁ ହେଭି ୱେଟ୍ ନେତା ମାନଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ପ୍ରଚାର ଆରମ୍ଭ କରିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ହାତରେ ଆଉ ଅଳ୍ପ ଦିନ ରହିଛି ଯାହାକୁ ନେଇ ତିନି ପ୍ରମୁଖ ଦଳ ଏବେ ଠାରୁ ଅଙ୍କ କଷା ଆରମ୍ଭ କରିଛନ୍ତି ।