ଶ୍ରୀକାନ୍ତଙ୍କ ଅଭିଯୋଗର ଉତ୍ତର ଦେଇପାରିଲେ ନାହିଁ ସୌମ୍ୟରଞ୍ଜନ, କହିଲେ ମୋତେ କେହି ବୁଝିପାରିଲେନାହିଁ, ମୁଁ ସବୁ ଦଳ ବୁଲିଆସି ସାରିଛି
Khabar Odisha:Odisha-Politics-Soumya-ranjan-Patnaik-Srikant-Jena-Odisha-Congress
ଭୁବନେଶ୍ୱର, ୨୦ ଜାନୁଆରୀ (ଖବର ଓଡିଶା)-

ଓଡିଶାରେ ଖଣିଲୁଟକୁ ନେଇ ଜୋର ଧରିଲା ରାଜନୀତି  । ସିଧାସଳଖ ଭାବେ ଖଣି ଲୁଟରେ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁ ଶ୍ରୀକାନ୍ତ ଜେନା ନେଇଥିବା ବେଳେ ତାର ଉତ୍ତର ଦେଇ ପାରିନାହାନ୍ତି ସୌମ୍ୟରଞ୍ଜନ  । କେବଳ ଏତିକି କହିଛନ୍ତି ମୋତେ କେହି ବୁଝିପାରିଲେ ନାହିଁ  । ମୁଁ ସବୁ ଦଳ ବୁଲି ଆସି ସାରିଲିଣୀ  । ତେଣୁ ଅନ୍ୟ ଦଳର କଥା କହିବା ଠିକ୍ ହେବନାହିଁ  ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ବର୍ତମାନ ରାଜନୀତିରେ ଥିବା ନେତାମାନେ ନିଜ ଦଳ ଅପେକ୍ଷା ଅନ୍ୟ ଦଳ କଥା ବେଶି ଚିନ୍ତା କରୁଛନ୍ତି  । ୨୦୧୩ ମସିହାରୁ ମୁଁ କଂଗ୍ରେସରୁ ବହିଷ୍କାର ହୋଇସାରିଛି  । ଯେଉଁମାନେ ମୋ ପରିବାରକୁ ନେଇ ରାଜନୀତି କରୁଛନ୍ତି ତାଙ୍କର ହିଁ କ୍ଷତି ହେବ ବୋଲି ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।

ଶ୍ରୀ ପଟ୍ଟନାୟକ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ମୋ ଭାଇ ଓ ଇନ୍ଦ୍ରାଣୀ ପଟ୍ଟନାୟକ ମୋ ଭାଉଜ ଏକଥାକୁ ମୁଁ କେବେ ମନା କରିପାରିବି ନାହିଁ  । ପଟ୍ଟନାୟକ ପରିବାରକୁ ନେଇ ରାଜନୀତି ବନ୍ଦ କରନ୍ତୁ ବୋଲି ସେ ଶ୍ରୀକାନ୍ତ ଜେନା ଓ ବିଜେପି ନେତା ସମୀର ମହାନ୍ତିଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି  ।

Subscribe

National International State Sports Entertainment