ଖଣିଲୁଟର ଗୁମର ଖୋଲି କଂଗ୍ରେସରୁ ବିଦାହେଲେ ଶ୍ରୀକାନ୍ତ, ପଦାରେ ପଡିଲା ‘ପିପିଏନଏସ’ର ମଧୁଚନ୍ଦ୍ରିକା !
Khabar Odisha:Odisha-Congress-Odisha-Politics
ଭୁବନେଶ୍ୱର, ୨୦ ଜାନୁଆରୀ (ଖବର ଓଡିଶା)-

ରାଜ୍ୟ ରାଜନୀତିରେ ଖଣିଲୁଟ ପ୍ରସଙ୍ଗକୁ ନେଇ କମ୍ପନ  । ଶତାଦ୍ଦୀର ମହାଲୁଟ ଖଣିଲୁଟ ପ୍ରସଙ୍ଗରେ ବାରମ୍ବାର କହି ଶେଷରେ କଂଗ୍ରେସ ଦଳରୁ ବିଦା ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  । ଖଣିଲୁଟ, ପଟ୍ଟନାୟକ ପରିବାରର ରହିଥିବା ସମ୍ପର୍କର ଗୁମର ଖୋଲି ଶେଷରେ କଂଗ୍ରେସ ଦଳରୁ ତଡା ଖାଇଛନ୍ତି ଶ୍ରୀ ଜେନା  । ଏହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି  ।

ସେପଟେ ଏହି ଘଟଣା ପରେ ତୃତୀୟମହଲାର ପାଣ୍ଡିଆନ୍ , ତାମିଲ ବ୍ୟବସାୟୀ ପ୍ରଭାକରନ, ଓ କଂଗ୍ରେସର ପଟ୍ଟନାୟକ ଓ ବିଜେଡି ପରିବାର ମଧ୍ୟରେ ରହିଥିବା ସମ୍ପର୍କ ପଦାରେ ପଡିଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି  ।

ଖଣିମହାଦୁର୍ନୀତିର ଗୁମର ଖୋଲିବା କାରଣରୁ ଏମାନଙ୍କ ବ୍ୟବସାୟିକ କାର୍ଯ୍ୟରେ ବାଧା ପଡିବା କାରଣରୁ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବିଦା କରାଯାଇଥିବା ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି  । ଗତ କିଛିଦିନ ଧରି ୬୦ ବନାମ ୬୦ କଥା କହି ଚର୍ଚ୍ଚାରେ ଆସିଥିଲେ ଶ୍ରୀକାନ୍ତ  । ଏପରିକି ଖଣିମାଲିକ ଓ ଖଣିମାଫିଆ ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରୀ ରହିଥିବା ବେଳେ ଏମାନେ ଓଡିଶା ଲୁଟ୍ କରୁଥିବା କଥା ଶ୍ରୀ ଜେନା ବାରମ୍ବାର ଅଭିଯୋଗ କରୁଥିଲେ  । ଶେଷରେ ରାତିଅଧିଆ ଶ୍ରୀ ଜେନାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି  । 

Subscribe

National International State Sports Entertainment