ପୁଣି ଲଗାଣ ବର୍ଷାରେ ବେଲଗାମ ଚେନ୍ନାଇ, ଅଧିକାଂଶ ଅଞ୍ଚଳ ଜଳମଗ୍ନ
Khabar Odisha:Belgaum-Chennai-most-of-the-area-is-submerged-in-torrential-rains
ଚେନ୍ନାଇ, ନଭେମ୍ବର ୧୮(ଖବର ଓଡିଶା):

ପୁଣି ପାଣିରେ ବେହାଲ ଚେନ୍ନାଇ । ଲଗାଣ ବର୍ଷା ଯୋଗୁଁ ଚେନ୍ନାଇ ସମେତ କୁଡାଲୋର, ଭିଲୁପୁରମ୍‌, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ୍‌, ଥିରୁଭାଲୁର ଆଦି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବି ପ୍ରବଳ ବର୍ଷା ଏଯାଏଁ ଲାଗି ରହିଛି । ବର୍ଷା ଯୋଗୁଁ ୧୯ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । 

ପେରାମ୍ବଲୁରୁ, ଭେଲର, ରାଣିପତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅବପାତରେ ପରିଣତ ହୋଇଛି । ଯାହା ପ୍ରଭାବରେ ତାମିଲନାଡୁ ଉପକୂଳରେ ବର୍ଷା ମଧ୍ୟ ଲାଗି ରହିଛି । ତିରୁପୁର ଜିଲ୍ଲାରେ ସର୍ବାଧିକ ୨୦ ସେମି ବର୍ଷା ରେକର୍ଡ କରାଯାଇଛି । 

ସେହିପରି ଅଧିକାଂଶ ଜିଲ୍ଲାରେ ଆଜି ବି ପ୍ରବଳ ବର୍ଷା ଜାରି ରହିଛି । ତଳିଆ ଅଞ୍ଚଳଗୁଡିକରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି । ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ତେବେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

  • Tags:

Subscribe

National International State Sports Entertainment