ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ଘଟିଲା ବର୍ବର କାଣ୍ଡ ଘଟାଇଲା । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍ ନାଁରେ ୭ ଜଣ ଆଦିବାସୀ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଜଘନ୍ୟ ଅପରାଧ ଘଟାଇଛି । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ । ଅପରାଧ ଘଟାଇଥିବା ଅଭିଯୁକ୍ତର ନାମ ବ୍ରଜେଶ ପ୍ରଜାପତି ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ, ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ମାନଙ୍କ ନିକଟକୁ ବାରମ୍ବାର କଲ ଆସୁଥିଲା । ଯେଉଁଥିରେ ସେମାନେ ସ୍କର୍ଲାରସିପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି କହି ତାଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ କୁହାଯାଉଥିଲା । ଯେହେତୁ କଲଟି ତାଙ୍କ ଶିକ୍ଷୟତ୍ରୀଙ୍କ ଭଳି ଲାଗୁଥିଲା ତେଣୁ ଯୁବତୀମାନେ ଏନେଇ କୌଣସି ଯାଞ୍ଚ ନକରି ସିଧା ଠିକଣା ସ୍ଥାନରେ ପହଞ୍ଚି ଯାଉଥିଲେ । ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ନିଜକୁ ଶିକ୍ଷୟତ୍ରୀଙ୍କ ପୁଅର ପରିଚୟ ଦେଉଥିଲା । ତା’ପରେ ଯୁବତୀମାନଙ୍କୁ ସେ ଶିକ୍ଷୟତ୍ରୀଙ୍କ ଘରକୁ ନେଉଛି ବୋଲି କହି ବାଇକ ବସାଇ ଅନ୍ୟତ୍ର ନେଇଯାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଏହି ପରି ଭାବେ ଜଣଙ୍କ ପରେ ଜଣେ ୭ ଜଣଙ୍କୁ ନିଜ ଜାଲରେ ଫସାଇ ଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ।
ତେବେ ଗତ ଜାନୁୟାରୀ ମାସରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଥିଲେ ମଧ୍ୟ ଏନେଇ କୌଣସି ପୀଡିତା ଅଭିଯୋଗ କରିନଥିଲେ । କିନ୍ତୁ ଗତ ସପ୍ତାହରେ ଜଣେ ଯୁବତୀ ଏନେଇ ପୋଲିସକୁ ଅଭିଯୋଗ କରିବା ପରେ ମଧ୍ୟପ୍ରଦେଶ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଯାହା ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିଥିଲା । ଏହାପରେ ଅଭିଯୁକ୍ତ ବ୍ରଜେଶ ପ୍ରଜାପତି ଓ ତାର ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ କିପରି ଭଏସ ଚେଞ୍ଜ କରି ଯୁବତୀମାନଙ୍କୁ ନିଜ ଜାଲରେ ଫସାଉଥିଲା ସବୁ ସତ ଓଗାଳିଥିଲା ଅଭିଯୁକ୍ତ ।