ଜୟପୁର: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ନିଜ ପ୍ରବଚନରେ ଜାତିଗତ ସଂରକ୍ଷଣକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ସରକାର ଜାତିଗତ ଆଧାର ଉପରେ ଥିବା ସଂରକ୍ଷଣକୁ ହଟାଇ ଆର୍ଥିକ ସ୍ଥିତି ଅନୁସାରେ ସଂରକ୍ଷଣ କରିବା ଉଚିତ ଏବଂ ଏହା ଜଲଦି ହେବାକୁ ଯାଉଛି । ଆମେ ସବର୍ଣ୍ଣ ସମାଜରେ ଜନ୍ମ ନେଇ ପାପ କରି ନାହିୁ ବୋଲି କହିଛନ୍ତି ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ।
ରାଜସ୍ଥାନ ଜୟପୁର ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ପ୍ରବଚନ ଦେଉଥିବାବେଳେ କହିଛନ୍ତି, ଶତ ପ୍ରତିଶତ ନମ୍ବର ଆଣି ସବର୍ଣ୍ଣ ପିଲା ଜୋତା ସିଲେଇ କରୁଛି, କିନ୍ତୁ ୪ ପ୍ରତିଶତ ନମ୍ବର ଆଣି ଜଣେ ପଛୁଆ ବର୍ଗ ପିଲା ଚାକିରି ପାଉଛି । ଏହାର ସମାପ୍ତ କରିବାକୁ ପଡ଼ିବ ଏବଂ ଏହା ହେବ । କେହି ବି ଏସସି, ଏସଟି, ଓବିସି ନୁହେଁ ସମସ୍ତ ହିନ୍ଦୁ ଏକ ଅଟନ୍ତି, ଭାରତୀୟ ଅଟନ୍ତି । ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ କରିବା ଦରକାର । ତେବେ ଯାଇ ଏ ଜାତିବାଦ ଗୃହ ଯୁଦ୍ଧ ଆପେ ଆପେ ସମାପ୍ତ ହୋଇଯିବ ।
ଜାତିଆଣ ଭେଦ ଭାବକୁ ନେଇ ଉଠୁଥିବା ସମସ୍ତ ପ୍ରଶ୍ନକୁ ଅତି ସରଳଭାବରେ ନିଜ ପ୍ରବଚନ ମାଧ୍ୟମରେ ବୁଝାଇ ଦେଇଛନ୍ତି ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ସେ କହିଛନ୍ତି, ବ୍ରାହ୍ମଣ ମୁଖରୁ ଜନ୍ମ ନେଇଥିବାବେଳେ, କ୍ଷତ୍ରିୟ ବାହୁ, ବୈଶ୍ୟ ଜଙ୍ଘ ଏବଂ ଶୁଦ୍ର ପାଦରୁ ଜନ୍ମ ନେଇଛି । ଚରଣ ନିକଟରେ ମଥା ନଇଁଥାଏ ତେଣୁ ଅପବିତ୍ର କେମିତି ହେଲା । ହିନ୍ଦୁରେ କେହି ଛୁଆ ଅଛୁଆଁ ନାହାଁନ୍ତି । ଦେଶରେ ୮୦ ପ୍ରତିଶତ ହିନ୍ଦୁ କରିବାକୁ ପଡ଼ିବ ତେବେ ଯାଇ ସବୁ ସମସ୍ୟାର ସମାଧାନ ହୋଇଯିବ ।