ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ ପଛରେ ରହିଛି କି ଏମଏମଏସ ଭିଡିଓ ,ଏ ହତ୍ୟା ନା ଆତ୍ମହତ୍ୟା ।ଏବେ ପୋଲିସ ହାତରେ ଲାଗିଛି ଆଉ ଏକ ତଥ୍ୟ। ଭାଇରାଲ ଏମଏମଏସ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆଉ ଆତ୍ମହତ୍ୟା କରିନାହାନ୍ତି ତ ? ଭାଇରାଲ ହେବାକୁ ଲାଗୁଛି, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଏବେ ମନରେ ଉଙ୍କି ମାରୁଚି ଯେ ,ଭିଡିଓରେ ଥିବା ଯୁବକ ଜଣକ କିଏ? ସେ ଯୁବକ ସହ ଶୁଭଲକ୍ଷ୍ମୀଙ୍କର ସମ୍ପର୍କ କଣ ? ଏହି ସବୁ କଥା ପୋଲିସ ଆଗରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ସେ ଭିଡିଓକୁ ଜବତ କରି ଫରେନସିକ୍ ଲ୍ୟାବକୁ ପଠାଇବ। ଏହି ଭିଡିଓଟି କିଏ ଭାଇରାଲ କରିଛି, ଅଭିଯୁକ୍ତକୁ ଧରିବା ପାଇଁ ସାଇବର ଥାନା ପୋଲିସର ସହଯୋଗ ଲୋଡ଼ିଲା ଲକ୍ଷ୍ମୀସାଗର ଥାନା ପୋଲିସ। ଅପରପକ୍ଷେ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ ରେକର୍ଡ କୁ ଛାନଭିନ୍ କରୁଛି ପୋଲିସ। ମୃତ୍ୟୁଦିନ ସେ କାହା ସହ କଥା ହୋଇଥିଲେ? କଣ କଥା ହୋଇଥିଲେ? ସେ ସବୁକୁ ପୋଲିସ ତଦନ୍ତ କରୁଛି । ଦୀପାଳି ଲଜର ରୁନ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀଙ୍କ ଶେଷ ଫୋନ୍ କଲ୍ ଅବଧି ଥିଲା ମାତ୍ର ୪୦ ସେକେଣ୍ଡ। ରାତି ୧ଟା ୧୦ ମିନିଟରେ ସେ ଏହି ଫୋନ୍ କରିଥିଲେ। ଶୁଭଲକ୍ଷ୍ମୀ ନିଜ ପାଖରେ ୨ଟି ମୋବାଇଲ୍ ଫୋନ୍ ରଖିଥିଲେ। ୨ଟି ଫୋନର ସିଡିଆର ପୋଲିସ ଜବତ କରିଛି। ଅଧିକ ତଥ୍ୟ ପାଇବାକୁ ପୋଲିସ ଯାଞ୍ଚ ଚଳାଇଛି।