ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ଆନ୍ଦ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ପରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ବିସ୍ଫୋରକ ୱିକେଟକିପର ବ୍ୟାଟସମ୍ୟାନ୍ ନିକୋଲାସ୍ ପୁରନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ୱେଷ୍ଟଇଣ୍ଡିଜ୍କୁ ଅଲବିଦା କହି ପୂରନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବେ ଏହି ଦୁଇ ଖେଳାଳିଙ୍କ ପରେ ୱେଷ୍ଟଇଣ୍ଡିଜ୍ର ଆଉ ୫ ଜଣ କ୍ରିକେଟର ଖୁବ୍ ଶୀଘ୍ର ଅବସର ନେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି।
ଆନ ଫ୍ଲେଚର
ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟସମ୍ୟାନ୍ ଆଣ୍ଡ୍ରେ ଫ୍ଲେଚର ମଧ୍ୟ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି। ଫ୍ଲେଚରଙ୍କ ବୟସ ୩୮ ବର୍ଷ। ସେ ୨୦୧୬ରୁ ୱେଷ୍ଟଇଣ୍ଡିଜ୍ର ଏକଦିବସୀୟ ଦଳରୁ ବାହାରେ ଅଛନ୍ତି। ୨୦୨୪ରୁ ଟି-୨୦ ଦଳରୁ ମଧ୍ୟ ବାହାରେ ଅଛନ୍ତି। ଫ୍ଲେଚର ୱେଷ୍ଟଇଣ୍ଡିଜ୍ ପାଇଁ ୨୫ଟି ଦିନିକିଆ ଏବଂ ୬୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
ଶିମରୋନ୍ ହେଟମାୟର
ଶିମରୋନ୍ ହେଟମାୟରଙ୍କ ୱେଷ୍ଟଇଣ୍ଡିଜ୍ ପାଇଁ ବିଶେଷ ପ୍ରଦର୍ଶନ ନାହିଁ। ହେଟମାୟର ଶେଷ ଥର ପାଇଁ ୨୦୧୯ ମସିହାରେ ୱେଷ୍ଟଇଣ୍ଡିଜ୍ ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ପ୍ରାୟ ଗୋଟିଏ ବର୍ଷ ପରେ ଦିନିକିଆ ଦଳକୁ ଫେରିଥିଲେ। ଟି-୨୦ ରେ ୱେଷ୍ଟଇଣ୍ଡିଜ୍ ପାଇଁ ତାଙ୍କର କୌଣସି ବିଶେଷ ପ୍ରଦର୍ଶନ ନାହିଁ। ହେଟମାୟର ୬୪ ମ୍ୟାଚ୍ରେ ୧୨୧.୩୫ ଷ୍ଟ୍ରାଇକ୍ ରେଟ୍ରେ ୯୮୩ ରନ୍ କରିଛନ୍ତି।
ଜେସନ୍ ହୋଲ୍ଡର
ଜେସନ୍ ହୋଲ୍ଡର ଥରେ ୱେଷ୍ଟଇଣ୍ଡିଜ୍ ଦଳର ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ଥିଲେ। କିନ୍ତୁ ଏବେ ସେ ଉଭୟ ଦଳରୁ ବାହାରେ ଅଛନ୍ତି। ତାଙ୍କୁ ଟି-୨୦ କ୍ରିକେଟ୍ ଖେଳୁଥିବାର ଦେଖାଯାଉଛି। ହୋଲ୍ଡର କୌଣସି ଫର୍ମାଟ୍ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ୍ କୁ ବିଦାୟ ଦେଇପାରନ୍ତି।
ଅକିଲ୍ ହୁସେନ୍
ଆକିଲ୍ ହୁସେନ୍ ପ୍ରାୟ ଦୁଇ ବର୍ଷ ଧରି ଦିନିକିଆ ଦଳରୁ ବାହାରେ ଅଛନ୍ତି। ତାଙ୍କୁ କେବେ ଟେଷ୍ଟ ଖେଳିବାର ସୁଯୋଗ ମିଳିନାହିଁ। ଏପରି ପରିସ୍ଥିତିରେ ସେ ଏହି ଉଭୟ ଫର୍ମାଟ୍ ରୁ ଅବସର ନେଇପାରନ୍ତି। ଟି-୨୦ରେ ତାଙ୍କର ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିନାହିଁ। ସେ ୭୦ ମ୍ୟାଚ୍ ରେ କେବଳ ୬୫ ୱିକେଟ୍ ନେଇଛନ୍ତି।
ରୋଭମ୍ୟାନ୍ ପାୱେଲ୍
ୱେଷ୍ଟଇଣ୍ଡିଜ୍ ପୂର୍ବତନ ଅଧିନାୟକ ରୋଭମ୍ୟାନ୍ ପାୱେଲ୍ ଦୁଇ ବର୍ଷ ଧରି ଦିନିକିଆ କ୍ରିକେଟ୍ରୁ ବାହାରେ ଅଛନ୍ତି। ତାଙ୍କୁ ଟି-୨୦ କ୍ରିକେଟ୍ରେ ମଧ୍ୟ ଅଧିନାୟକ ପଦରୁ କାଢ଼ି ନିଆଯାଇଥିଲା। ପାୱେଲ୍ଙ୍କୁ ଟେଷ୍ଟ କ୍ରିକେଟ୍ରେ ସୁଯୋଗ ମିଳିନାହିଁ। ଏପରି ପରିସ୍ଥିତିରେ ସେ କ୍ରିକେଟ୍ର କିଛି ଫର୍ମାଟ୍ ରୁ ମଧ୍ୟ ଅବସର ନେଇପାରନ୍ତି।
ଅଧିକ ପଢ଼ନ୍ତୁ: ଜମ୍ମୁ କଶ୍ମୀର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ