ବେଙ୍ଗାଲୁରୁ: ଗୁଜରାଟ ଆଣ୍ଟି ଟେରେରିଷ୍ଟ ସ୍କ୍ୱାର୍ଡକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଏଟିଏସ୍ ହାତରେ ଲାଗିଛି ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ମାଷ୍ଟରମାଇଣ୍ଡ୍ । ଏଟିଏସ୍ ଟିମ୍ ଅଲ୍ ମୋଡ୍ୟୁଲ୍ର ମୁଖ୍ୟ ମହିଳା ଆତଙ୍କବାଦୀକୁ ଗିରଫ କରିଛି । ବେଙ୍ଗାଲୁରୁରୁ ଆତଙ୍କୀ ଶମା ପରବିନ୍ (30)କୁ ଗିରଫ କରାଯାଇଛି ।
ଶାମା ପରବିନ୍ ମୂଳତଃ ଝାଡ଼ଖଣ୍ଡର ହୋଇଥିବାବେଳେ ସେ ଏକ୍ୟୁଆଇଏସର ମୁଖ୍ୟ ମହିଳା ଆତଙ୍କବାଦୀ ଅଟେ । ସେ ବେଙ୍ଗାଲୁରୁରେ ରହୁଥିଲା । ତାର ସୋସିଆଲ୍ ମିଡିଆ ଆକାଉଣ୍ଟ ଏଟିଏସ୍ ର ରାଡାର୍ ରେ ଥିଲା । ଶମାକୁ ଜେରା ଜାରି ରହିଛି । ଜେରା ବେଳେ ତା ନିକଟରୁ ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
ଏହା ପୂର୍ବରୁ ମଧ୍ୟ ଗୁଜରାଟ ଏଟିଏସ୍ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ୪ ଜଣ ହେଲେ ମହମ୍ମଦ ଫୈକ, ମହମ୍ମଦ ଫର୍ଦିନ, ସୈଫୁଲ୍ଲା କୁରେଶି ଓ ଜିଶାନ ଅଲି । ଏହି ଆତଙ୍କବାଦୀମାନେ ନକଲି କରେନ୍ସି ରାକେଟ୍ ପରିଚାଳନା କରିବା ଆତଙ୍କବାଦୀ ବିଚାରଧାରାର ପ୍ରସାର କାର୍ଯ୍ୟରେ ଲିପ୍ତ ଥିଲେ ।