ଗୋରଖପୁର: ୧୨ ବର୍ଷ ପୂର୍ବରୁ ଶିଖା ଦୁବେ ହତ୍ୟାକାଣ୍ଡ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଉରୁବା ଥାନା ଅଞ୍ଚଳର ଚଚାଇରାମ ସିୱାନରୁ ଉଦ୍ଧାର ମହିଳାଙ୍କ ମୃତଦେହ ବାଂସଗାଁର ଫୁଲମତିଙ୍କର ନୁହେଁ। ଏହା ଅନ୍ୟ କୌଣସି ମହିଳାଙ୍କର ବୋଲି ଜଣାପଡ଼ିଛି। ପୁଲିସ ସର୍ଭିଲାନ୍ସ ମାଧ୍ୟମର ଫୁଲମତିଙ୍କୁ ଝାନ୍ସୀରୁ ଶନିବାର ଦିନ ଉଦ୍ଧାର କରାଯାଇଛି।
ଚାରି ଦିନ ପୂର୍ବରୁ ବାଂସଗାଁର ଉସ୍କା ବଜାର ନିବାସୀ ରାମସୁମେର ମଧ୍ୟ ଥାନାରେ ପହଞ୍ଚି ସ୍ତ୍ରୀଙ୍କୁ ଦେଖି ବୟାନ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ସେ ବ୍ୟସ୍ତରେ ଥାଇ ଏକ ମୃତଦେହ ଦେଖି ସ୍ତ୍ରୀଙ୍କର ବୋଲି କହିଦେଇଥିଲେ। ତେଣୁ ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ। ଏବେ ଏହି ଘଟଣାକୁ ନେଇ ପୁଲିସର ଚିନ୍ତା ବଢ଼ିଛି।
ଏବେ ପୁଲିସ ତଦନ୍ତ କରିବ ଯେ, ଯେଉଁ ମହିଳାଙ୍କର ମୃତଦେହ ଜବତ କରିଥିଲା, ସେ କିଏ? କ’ଣ ତାଙ୍କର ପରିଚୟ ଓ କେଉଁଠିକାର ନିବାସୀ? ଏସ୍ପି (ଦକ୍ଷିଣ) ଜିତେନ୍ଦ୍ର କୁମାର ଥାନାରେ ପହଞ୍ଚି ଫୁଲମତି ଓ ରାମସୁମେରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି।
୨୦୧୧ ଜୁନ ୧୯ ତାରିଖ ସକାଳୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିଥିଲା। ଏହି ଘଟଣା ଦିନକ ପୂର୍ବରୁ ଅର୍ଥାତ ଜୁନ ୧୮ରେ ବାଂସଗାଁର ଉସ୍କା ନିବାସୀ ରାମସୁମେର ନିଜର ପତ୍ନୀ ଫୁଲମତୀଙ୍କ ନିଖୋଜ ନେଇ ଏତଲା ଦେଇଥିଲେ। ସେ କହିଥିଲେ, ତାଙ୍କର ସ୍ତ୍ରୀ ଗତ ୧୫ ତାରିଖ ମା’ ଘରକୁ ଯାଇଥିଲେ। ସେହିଦିନ ଠାରୁ ସେ ନିଖୋଜ ଅଛନ୍ତି। ଶେଷ ଥର ପାଇଁ ସେ କହିଥିଲେ ଦାଦାଙ୍କ ସହିତ ଲୁଧିଆନା ଯାଉଛି। ଏତଲା ଆଧାରରେ ପୁଲିସ ଜଣେ ମହିଳାଙ୍କ ସନ୍ଦିଗ୍ଧ ମୃତଦେହ ଦେଖି ଏହା ଫୁଲମତିଙ୍କର ଭାବିଥିଲା। ପୁଲିସ ଏହାକୁ ରାମସୁମେରଙ୍କୁ ହସ୍ତାନ୍ତର କରିଥିଲା। ସେ ମୃତଦେହକୁ ଅନ୍ତିମ ସଂସ୍କାର କରିଥିଲେ। ପୁଲିସ ଏହି ଘଟଣା ନେଇ ହତ୍ୟା ସନ୍ଦେହ କରିଥିଲା ଏବଂ ତଦନ୍ତ ଚଲାଇଥିଲା।
ଏସ୍ପି (ଦକ୍ଷିଣ) ଜିତେନ୍ଦ୍ର କୁମାର କହିଛନ୍ତି, ଫୁଲମତିଙ୍କ ମୋବାଇଲ ନମ୍ବରରୁ ହତ୍ୟାର ଅଭିଯୁକ୍ତ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଉଦ୍ୟମ କରାଯାଉଥିଲା। ତା’ର ମୋବାଇଲ ଚାଲିଥିଲା। ଟ୍ରାସ କରି ପୁଲିସ ପ୍ରଥମେ ସୁଲତାନପୁର ପହଞ୍ଚି ଥିଲା। ଫୁଲମତି ସେହି ନମ୍ବରରେ ଶୁଭମ୍ ନାମରେ ଜଣେ ଯୁବକଙ୍କ ସହିତ କଥା ହେଉଥିବା ଜାଣିଥିଲା। ଶୁଭମ କହିଥିଲେ ଫୁଲମତି ଗୋରଖପୁରରୁ ଝାନ୍ସି ଆସିଛନ୍ତି। ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଥିଲା। ପୁଣି ଉଭୟଙ୍କୁ ଅଧିକ ପଚରାଉଚରା କରିଥିଲା। ଫୁଲମତିଙ୍କୁ ରାମସୁମେରଙ୍କ ସହିତ ପଠାଇ ଦେଇଥିଲା। ଏବେ ପୁଲିସର ଚିନ୍ତା ଯେ, ଯେଉଁ ମହିଳାଙ୍କର ମୃତଦେହ ଜବତ ହୋଇଥିଲା, ସେ କିଏ?