କରୋନା ମହାମାରୀ ନିମନ୍ତେ ନିର୍ମାଣ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ଅନୁଦାନ ଘୋଷଣା କଲେ ଦିଲ୍ଲୀ ସରକାର
Khabar Odisha:The-Delhi-government-has-announced-a-grant-of-Rs-10000-to-construction-workers-for-the-Karona-epidemic
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା) :

ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ଦିଲ୍ଲୀ ବିଲଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକମାନଙ୍କୁ ୧୦ ହଜାର ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହା ପ୍ରଥମେ ୪୦୭ ଜଣ ଶ୍ରମିକଙ୍କୁ ପାଣ୍ଠି ଯୋଗାଇବା ପାଇଁ ଆରମ୍ଭ କରାଯାଇଥିଲା ।

ବିଲଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ୩୯,୬୦୦ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ମାର୍ଚ୍ଚ ୨୦୨୦ରେ ୨୦୦୦ ଶ୍ରମିକ ମହାମାରୀ ପରେ ନିଜକୁ ଏହି ବୋର୍ଡରେ ପଞ୍ଜୀକୃତ କରିଥିଲେ। ସରକାରୀ ବିବୃତ୍ତି ଅନୁଯାୟୀ ବୋର୍ଡର ସମସ୍ତ ସଦସ୍ୟଙ୍କୁ କୋଭିଡ ସହାୟତା ଯୋଗାଇ ଦିଆଯିବ ଏବଂ ଆସନ୍ତା ସପ୍ତାହରେ ଏହି କାର୍ଯ୍ୟ ହେବ ।

ଦିଲ୍ଲୀ ସରକାର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ନିର୍ମାଣ ଶ୍ରମିକମାନେ ସମାଜର ସବୁଠାରୁ ବେଶୀ ଅସୁବିଧାରେ ଅଛନ୍ତି ଓ ସେମାନେ ହିଁ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି କଷ୍ଟ ସମୟରେ ସେମାନଙ୍କୁ ବହୁତ ସାହାଯ୍ୟ ଦରକାର ବୋଲି ସରକାର କହିଛନ୍ତି।

ସେପଟେ ଉତ୍ତରପ୍ରଦେଶର ଯୋଗୀ ସରକାର ୟୁପି ଦିବସ ଅବସରରେ ଜାନୁଆରୀ ୨୪ରେ କୁଶଳୀମାନଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ ୨୦୧୮ରୁ ଏହି ଦିନର ଚତୁର୍ଥ ସଂସ୍କରଣ ହେବ ।

  • Tags:

Subscribe

National International State Sports Entertainment