ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତାଙ୍କ ଗସ୍ତକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି କରାଯାଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୁଟିନ ଭାରତୀୟ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବେ ନାହିଁ । ଭ୍ଲାଦିମିର ପୁଟିନ ଯେବେ ବାହାରକୁ ଯାଆନ୍ତି ତେବେ ନିଜ ସହ ପୂରା ଟିମ୍ ନେଇ କି ଯାଆନ୍ତି । ଫାଷ୍ଟପୋଷ୍ଟର ରିପୋର୍ଟ ଅନୁଯାୟୀ, ଆଜି ସନ୍ଧ୍ୟାରେ ଯେବେ ରୁଷ ରାଷ୍ଟ୍ରପତିଙ୍କ ଆଇଏଲ-୯୬ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ, ସେଥିରୁ ଏକ ସ୍ୱତନ୍ତ୍ର କମ୍ପାର୍ଟମେଣ୍ଟ ବାହାରିବ, ଯେଉଁଥିରେ ରୁଷି ଖାଦ୍ୟ, ଆଇସକ୍ରିମ, ମହୁ ଓ ପାଣି ବୋତଲ ସାମିଲ୍ ।
ଭାରତୀୟ ସେଫ ହାତରୁ ଖାଇବେନି ଖାଦ୍ୟ
ପୁଟିନ ପ୍ରତି ଥର ପରି ଏଥର ମଧ୍ୟ ଭାରତୀୟ ସେଫ ବା ରୋଷେୟାଙ୍କ ହାତରୁ ଖାଦ୍ୟ ଖାଇବେ ନାହିଁ । ୨୦୧୪ ଡିସେମ୍ବରରେ ଯେବେ ପୁଟିନ ଭାରତ ଗସ୍ତରେ ଆସିଥିଲେ, ମୁମ୍ବାଇର ତାଜ ହୋଟେଲର ଏକ ପୂରା ଫ୍ଲୋରକୁ ରୁଷ ଏଫଏସଓ ନିଜ କବଜାରେ ନେଇଥିଲେ । ହୋଟେଲର କିଚେନରୁ ସମସ୍ତ ଭାରତୀୟ ମସଲା ହଟାଇ ଦିଆଯାଇଥିଲା ।
୨୦୧୮ରେ ଗୋଆରେ ମଧ୍ୟ ଭାରତ-ରୁଷ ସମିଟ ସମୟରେ ରୁଷି ସେଫ ହାଇଦ୍ରାବାଦ ହାଉସର କିଚେନରେ ନିଜର ଷ୍ଟୋଭ ଲଗାଇଥିଲେ । ୨୦୧୮ ଅକ୍ଟୋବର ୬ରେ ହିନ୍ଦୁ ଦ୍ୱାରା ପ୍ରକାଶିତ ଖବରରେ ଲେଖା ହୋଇଥିଲା ଯେ, ରାଷ୍ଟ୍ରପତି ଭବନରେ ବିରିୟାନୀ ଓ କବାବ ପ୍ରସ୍ତୁତ ହୋଇଥିଲା । ତଥାପି ପୁଟିନ କେବଳ ନିଜର ରୁଷି ସାଲାଡ ଓ ତ୍ୱରୋଗ ଖାଇଥିଲେ ।
୨୦୨୨ରେ ସମରକନ୍ଦର ଏସସିଓ ସମିଟ୍ ପରେ ଉଜବେକିସ୍ତାନର ରାଷ୍ଟ୍ରପତି ପୁଟିନଙ୍କୁ ପ୍ଲୋଭ ଖୁଆଇବାକୁ ଚେଷ୍ଟା କରିଥିଲେ । ମାତ୍ର ପୁଟିନ ଖାଇବାକୁ ମନା କରି ଦେଇଥିଲେ । କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ନିକଟରେ ଭୋଜନ ଓ ସିକ୍ୟୁରିଟିର ନିୟମ ରହିଛି । ବିଦେଶରେ ଆମେ କେବଳ ନିଜ ବସ୍ତୁ ଓ ସାମଗ୍ରୀର ବ୍ୟବହାର କରୁ ।
ପୁଟିନଙ୍କ ସିକ୍ୟୁରିଟି କୌଣସି ବି ଦେଶ କିମ୍ବା ଏହାର ସେଫ ଉପରେ ଭରସ କରନ୍ତି ନାହିଁ । ରୁଷ ଟୁଡେରେ ଛପିଥିବା ଏକ ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ଖାଦ୍ୟ ମସ୍କୋ ବାହାରେ ସ୍ଥିତ ଏକ ସ୍ପେଶାଲ ଫାର୍ମରୁ ଆସିଥାଏ । ଏଠାରେ କ୍ଷୀର ଦେଉଥିବା ଗାଈର ୨୪ ଘଣ୍ଟା ସୁରକ୍ଷା ଦିଆଯାଏ ।
Also read: ଦିଲ୍ଲୀ ବିସ୍ଫୋରଣ ମାମଲାରେ କାର୍ଯ୍ୟାନୁଷ୍ଠାନ: ବିହାର ଏବଂ ହରିୟାଣାର ୨୨ଟି ସ୍ଥାନରେ ଚଢଉ