ନୀରବ ମୋଦୀ ଭଳି ଆଉ ଏକ ବଡ଼ ଦୁର୍ନୀତି, ୧୪ ସରକାରୀ ବ୍ୟାଙ୍କକୁ ଲାଗିଲା ୩.୫ କୋଟି ଟଙ୍କା ଚୂନା
Khabar Odisha:Nation-Uttar-Pradesh-Kanpur-based-company-default-3592-crore-rupee-of-14-banks

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ନୀରବ ମୋଦୀ, ଷ୍ଟାର୍ଲିଂ ବାୟୋଟେକ ଭଳି ଆଉ ଏକ କମ୍ପାନୀ ୧୪ଟି ସରକାରୀ ବ୍ୟାଙ୍କକୁ ୩.୫ ହଜାର କୋଟି ଟଙ୍କା ଚୂନା ଲଗାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ୧୪ ବ୍ୟାଙ୍କ ସମୂହ ସହିତ ୩,୫୯୨ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ଅଭିଯୋଗରେ ମୁମ୍ବାଇର କମ୍ପାନୀ ଫାଷ୍ଟ ଇଣ୍ଟରନ୍ୟାସନାଲ, ଏହାର ନିର୍ଦ୍ଦେଶକ ଉଦୟ ଦେଶାଇ ଓ ସୁଜୟଙ୍କ ବ୍ୟତୀତ ଅନ୍ୟ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । କାନପୁର, ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟ ସହରରେ କମ୍ପାନୀର ଠିକଣାରେ ଚଢ଼ାଉ କରାଯାଇଛି । ଅଭିଯୋଗ ଅନୁସାରେ କମ୍ପାନୀ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ୧୪ଟି ବ୍ୟାଙ୍କର ସମୂହ ସହିତ ଡିଫଲ୍ଟ କରିଛି । ଅଭିଯୋଗ ବିରୋଧରେ ଲୁକଆଉଟ ସକ୍ୟୁଲାର ଜାରି କରାଯାଇଛି । 

ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, କାର୍ଯାନୁଷ୍ଠାନ ବ୍ୟାଙ୍କ ଅଫ ଇଣ୍ଡିଆ କାନପୁର ଜୋନ କାର୍ଯ୍ୟାଳୟର ଅଭିଯୋଗ ଆଧାରରେ କରାଯାଇଛି । ବ୍ୟାଙ୍କ ଅଫ ଇଣ୍ଡିଆ ଅଭିଯୋଗରେ କହିଛି ଯେ, କାନପୁରସ୍ଥିତ କମ୍ପାନୀ ବିଭିନ୍ନ ବସ୍ତୁ ଆମଦାନୀ ରପ୍ତାନୀ ସହିତ ଜଡ଼ିତ । ଏହାର ରେଜିଷ୍ଟର କାର୍ଯ୍ୟାଳୟ ମୁମ୍ବାଇରେ ଅଛି । କମ୍ପାନୀ ବାଂଲାଦେଶ, ଚୀନ, ୟୁଏଇ, ଆମେରିକା, କମ୍ବୋଡିଆ, ସାଉଦୀ ଆରବ, ସୁଇଜରଲାଣ୍ଡ, ତାଇୱାନ ସମେତ ଆହୁରି ଅନେକ ଦେଶରେ କିଣା-ବିକା କରୁଛି । 

 

  • Tags:

Subscribe

National International State Sports Entertainment