ଉଦୟପୁର, ଜୁଲାଇ ୦୧ (ଖବର ଓଡ଼ିଶା): ଉଦୟପୁରର ଧାନମଣ୍ଡୀ ଥାନା ଅଞ୍ଚଳରେ ଟେଲର କହ୍ନେୟାଲାଲଙ୍କ ହତ୍ୟା ପରେ ପୋଲିସ-ପ୍ରଶାସନ ଆଲର୍ଟ ହୋଇଯାଇଛି । ଆଜି ‘ଜୁମେ’ର ନମାଜ ଓ ଉଦୟପୁର ରଥଯାତ୍ରାକୁ ନେଇ ଅଧିକାରୀମାନେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି କାରଣରୁ ରାଜସ୍ଥାନରେ ଇଣ୍ଟରନେଟ ସେବା ସନ୍ଧ୍ୟା ୫ଟା ଯାଏଁ ବନ୍ଦ ରହିବ । ଉଦୟପୁର ସେମତ ପୂରା ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ପ୍ରଶାସନ ଆଲର୍ଟ ରହିଛି । ଅଶୋକ ଗହଲୋତଙ୍କ ଅଧିକାରୀମାନେ ହିଂସା ସୃଷ୍ଟି ନ ହେବା ପାଇଁ ସଜାଗ ଅଛନ୍ତି ।
କହ୍ନେୟାଲାଲଙ୍କ ହତ୍ୟା ପରେ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ । ରାଜସମନ୍ଦରେ ପୋଲିସ ଓ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ଏଥିରେ ଜଣେ କନଷ୍ଟେବଳ ସଂଦୀପ ଚୌଧୁରୀ ଆହତ ହୋଇଥିଲେ । ଏଥି ସହିତ ଉଦୟପୁରରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିର ନମାଜ ପାଠ ଓ ଉଦୟପୁର ରଥଯାତ୍ରାକୁ ନେଇ ରାଜ୍ୟସାରା ଇଣ୍ଟରନେଟ ସେବା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତ କହ୍ନେୟାଲାଲଙ୍କୁ ଭେଟିଥିଲେ । ଏଥି ସହିତ ସେ ଆର୍ଥିକ ରାଶି ଅନୁକମ୍ପା ଓ ପରିବାରର ୨ ଜଣ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।