ପାଟଣା, ଜୁନ୍ ୨୯ (ଖବର ଓଡ଼ିଶା): ବିହାରର ଫଶରବିସଗଂଜ ଜିଲ୍ଲାର ଗୋଢ଼ୀହାରେରେ ଜଣେ ଶ୍ରମିକଙ୍କ ଝିଅର ବିବାହର ସ୍ୱପ୍ନ ଚୁରମାର ହୋଇଯାଇଛି । ବରଯାତ୍ରୀ ଘର ସାମ୍ନାରେ ପହଞ୍ଚିବା ପୂର୍ବରୁ କନ୍ୟାକୁ ଅପହରଣ କରାଯାଇଛି । ଶୋଭାଯାତ୍ରା ବନ୍ଦ ହୋଇଯାଇଛି । ରଂଗୀନ ଆଲୋକକୁ ବନ୍ଦ କରିଦିଆଯାଇଛି । ସକାଳ ୩ଟା ପର୍ଯ୍ୟନ୍ତ ବରପକ୍ଷ ଲୋକେ କନ୍ୟାକୁ ଅପେକ୍ଷା କଲେ । କିନ୍ତୁ ଅପହରଣକାରୀମାନେ କନ୍ୟାକୁ ଛାଡ଼ି ନଥିଲେ ।
ଗତ ୨୨ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା । ବିବାହର ଅଳ୍ପ କିଛି ସମୟ ପୂର୍ବରୁ ଜଣେ ଯୁବକ କନ୍ୟାଙ୍କୁ ଅପହରଣ କରିଥିଲେ । କନ୍ୟାର ମା’ ପିଙ୍କି ଦେବୀ କହିଛନ୍ତି ଯେ, ଝିଅର ବିବାହ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଯାଇଥିଲା । ବରଯାତ୍ରୀ ଆସିବାର ଥିଲା । ବହୁତ ଖୁସିରେ ଆବେ ବିବାହ ପାଇଁ ପ୍ରସ୍ତୁତ ଥିଲୁ । ସେହି ସମୟରେ ଗାଁର ଜଣେ ଯୁବକ ତାଙ୍କର ଝିଅକୁ ଅପହରଣ କରିନେଇଥିଲା । କିଛି ଲୋକ ତାଙ୍କ ଝିଅକୁ ଚା’ରେ ନିଶାକ୍ତ ଜିନିଷ ମିଶାଇ ପିଇବାକୁ ଦେଇଥିଲେ । ଏହା ପରେ ବାଇକରେ ବସାଇକି ନେଇଯାଇଥିଲେ । ସେମାନେ କହିଥିଲେ ଯେ, ୨୪ ଘଣ୍ଟା ମଧ୍ୟରେ ଝିଅକୁ ଫେରାଇ ଦେବୁ । ଆମେ ଅପେକ୍ଷା କଲୁ, କିନ୍ତୁ ଝିଆ ଆଉ ଫେରି ନଥିଲା । ବର ଓ ବରଯାତ୍ରୀ ରାତି ୩ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ।
କନ୍ୟାର ପିତା ସଂଜୟ ପାସୱାନ କହିଛନ୍ତି ଯେ, ସେ ବହୁତ କଷ୍ଟରେ ଝିଅର ବିବାହ ପାଇଁ ବିବାହ ଠିକ୍ କରିଥିଲେ । ସେ ଠେଲାରେ ବ୍ୟବସାୟ କରି ପରିବାର ପୋଷୁଥିଲେ । ସଂପର୍କୀୟଙ୍କ ଠାରୁ କରଜ କରି ବିବାହ କରୁଥିଲେ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ସଂପର୍କୀୟମାନେ ଆସିଥିଲେ ।
ଫାରବିସଗଂଜର ଏସଡିପିଓ ରାମପୁକାର ସିଂହ କହିଛନ୍ତି ଯେ, ଗାଁର ସୋନୁ କୁମାର ଉପରେ ଝିଅକୁ ନେଇ ପଳାଇଥିବା ଅଭିଯୋ ଆସିଛି । ସୋନୁର ପିତା ମଦ ବ୍ୟବସାୟ କରନ୍ତି । ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଜାରି ରହିଛି ।