ନୂଆଦିଲ୍ଲୀ ମଟ୍ରୋ ଭିତରେ ଲୋକଙ୍କ ସହ ଯାତ୍ରା କରୁଛି ମାଙ୍କଡ, ଭିଡିଓ ଭାଇରାଲ
Khabar Odisha:Monkeys-traveling-with-people-inside-the-New-Delhi-metro-video-viral
ନୂଆଦିଲ୍ଲୀ, ଜୁନ ୨୧ (ଖବର ଓଡ଼ିଶା):

ନୂଆଦିଲ୍ଲୀ ମେଟ୍ରୋ ଭିତରେ ମାଙ୍କଡ଼ ଡିଆଁ ମାରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । କାହାରି କିଛି କ୍ଷତି ନକରି ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନ ଯାତ୍ରା କରିଛି ମାଙ୍କଡ଼। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ନୂଆଦିଲ୍ଲୀ ଅକ୍ଷରଧାମ ଷ୍ଟେସନରେ ମାଙ୍କଡ଼ଟି ଖେଳୁଥିବା ସମୟରେ ମେଟ୍ରୋ ଭିତରକୁ ପଶି ଆସିଥିଲା। ପରେ ଗେଟ ବନ୍ଦ ହୋଇଯିବରୁ ସେ ବାହାରକୁ ଯାଇ ପାରିନଥିଲା। ପ୍ରଥମେ ଲୋକମାନେ ମାଙ୍କଡ଼ଟିକୁ ଦେଖି ଭୟ କରିଥିଲେ। କାଳେ କାମୁଡ଼ି ଦେବ ସେହି ଭୟରେ କେହି ତା ପାଖକୁ ଯାଇ ନଥିଲେ।

ହେଲେ ମାଙ୍କଡ଼ଟି ଶେଷରେ ଜଣେ ଯାତ୍ରୀଙ୍କ ପାଖରେ ଯାଇ ଶାନ୍ତ ହୋଇ ବସି ପଡିଥିଲା। ପରବର୍ତ୍ତୀ ଷ୍ଟେସନ ଯମୁନା ବ୍ୟାଙ୍କ ଠରେ  ସିଏ ବାହାରକୁ ବାହାରି ଯାଇଥିଲା

  • Tags:

Subscribe

National International State Sports Entertainment