ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌, ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା
Khabar Odisha:Lockdown-has-risen-again-in-West-Bengal-until-August-15

କୋଲକାତା, ଜୁଲାଇ ୨୯ (ଖବର ଓଡ଼ିଶା): ଏବେବି ଦେଶରେ ଜାରି ରହିଛି କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ । ବିଶେଷ କରି କିଛି ରାଜ୍ୟରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରିନାହିଁ ।

ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ପୁଣି ବଢିଛି ଲକ୍‌ଡାଉନ୍ ଅବଧି । ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହିତ ପୁରା ରାଜ୍ୟରେ ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି ।

ସାମ୍ଭାବ୍ୟ ତୃତୀୟ ଲହରକୁ ଆଖିରେ ରଖି ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପୂର୍ବ ଭଳି ସମସ୍ତ ଲକ୍‌ଡାଉନ୍ କଟକଣା ଜାରି ରହିବା ସହିତ ଏହି ସମୟରେ ନିୟମ ଉଲଘଂନ କାରୀଙ୍କ ଉପରେ କଡା ନଜର ରଖାଯିବ ।

ପଶ୍ଚିମବଙ୍ଗରେ ଲକ୍‌ଡାଉନ୍ ସମୟରେ ସମସ୍ତ ଅତ୍ୟାବଶକ ସେବା ଜାରି ରହିବ । ଅନ୍ୟପଟେ ଆନ୍ତଃ ରାଜ୍ୟ ଟ୍ରେନ୍ ଚଳାଚଳ ଉପରେ କଟକଣା ଜାରି ଜରିବ ।

  • Tags:

Subscribe

National International State Sports Entertainment