ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ପ୍ରତି ଥର ପରି ଏଥର ବି ବାମପନ୍ଥୀ ସମର୍ଥିତ ଦଳ ବାଜିମାତ କରିଛି । ଲେଫ୍ଟ ଦମଦାର ପ୍ରଦର୍ଶନ କରି ଅଧ୍ୟକ୍ଷ ସମେତ ସମସ୍ତ ଚାରୋଟି ସିଟ୍ ଅକ୍ତିକାର କରିଛି । ଅନ୍ୟପଟେ ଏବିଭିପି ଗତବର୍ଷ ଜିତିଥିବା ଗୋଟିଏ ସିଟ୍ ବି ହରାଇ ଦେଇଛି ।
ଏଥର ସଭାପତି ପଦରେ ଆଦିତି ମିଶ୍ର ନିର୍ବାଚନ ଜିତିଛନ୍ତି । ଉପସଭାପତି ଭାବେ କେ ଗୋପିକା, ସାଧାରଣ ସଂପାଦକ ଭାବେ ସୁନୀଲ ଯାଦବ ଏବଂ ଯୁଗ୍ମ ସଂପାଦକ ଭାବେ ଦାନିଶ ଅଲ୍ଲୀ ବିଜୟ ଲାଭ କରିଛନ୍ତି । ଅଧ୍ୟକ୍ଷ ଆଦିତି ମିଶ୍ରଙ୍କୁ ମୋଟ୍ ୧୯୩୭ ଭୋଟ୍ ମିଳିଛି । କେ ଗୋପିକାଙ୍କୁ ୩୧୦୧, ସୁନୀଲ ଯାଦବଙ୍କୁ ୨୦୦୨ ଏବଂ ଦାନିଶ ଅଲ୍ଲୀଙ୍କୁ ୨୦୮୩ ଭୋଟ୍ ମିଳିଛି।
ପୂରା ଦିନ ଚାଲିଥିବା ଭୋଟ୍ ଗଣତିରେ ବାମ ଦଳର ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିତିଲା । ସଭାପତି ପଦରେ ଆଦିତି ମିଶ୍ର ସର୍ବଦା ଆଗରେ ରହିଥିଲେ । ଆଉ ଶେଷରେ ପରିଣାମ ତାହା ବାହାରିଲା ଯାହାକୁ ସକାଳୁ ବାମ ଦଳ ଅପେକ୍ଷା କରିଥିଲେ । ସଭାପତି ପଦରେ ଏବିଭିପିର ବିକାଶ ପଟେଲ୮୍କୁ ୧୧୯୨ ଭୋଟ୍ ମିଳିଥିଲା । ସେହି ପରି ଉପସଭାପତି ପଦରେ ଏବିଭିପିର ତାନ୍ୟା କୁମାରୀଙ୍କୁ ୧୮୩୫, ସାଧାରଣ ସଂପାଦକ ପଦରେ ରାଜେଶ୍ୱର କାନ୍ତ ଦୁବେଙ୍କୁ ୧୯୮୦ ଭୋଟ୍ ମିଳିଥିଲା ।
ଜେଏନୟୁର ଇଣ୍ଟରନାଲ କମିଟି ନିର୍ବାଚନ ୨୦୨୫-୨୬ରେ ଫଳାଫଳ ଘୋଷଣା କରିଥିଲେ । ବିଶ୍ୱ ବିଦ୍ୟାଳୟର ଡିନ ଅଫ ଷ୍ଟୁଡେଣ୍ଟ କାର୍ଯ୍ୟାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ, ତିନି ବିଭିନ୍ନ ଶ୍ରେଣୀରେ ଛାତ୍ର ପ୍ରତିନିଧିଙ୍କ ନିର୍ବାଚନ କରାଯାଇଥିଲା ।
Also read: ବିହାରରେ ବମ୍ପର ଭୋଟିଂ, ଭାଙ୍ଗିଲା ରେକର୍ଡ; ପ୍ରଥମ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ