ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ସମିଟରେ ଯୋଗ ଦେବା ପାଇଁ ମାଲେସିଆ ଯିବେ ନାହିଁ । ଖୋଦ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏହି ସମ୍ବନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଗୁରୁବାର ସକାଳେ ପୋଷ୍ଟ କରି ଲେଖିଛନ୍ତି, ପିଏମ ନରେନ୍ଦ୍ର୍ ମୋଦୀ ଆସିଆନ ସମିଟକୁ ଭର୍ଚୁଆଲରେ ସମ୍ବୋଧିତ କରିବେ । ସେ ଲେଖିଛନ୍ତି, ପିଏମ ନରେନ୍ଦ୍ର ମୋଦୀଙ୍କ ଏକ ସହଯୋଗୀଙ୍କ ସହ ଆଲୋଚନା ହୋଇଛି । ଏଥିରେ ମାଲେସିଆ ଓ ଭାରତ ମଧ୍ୟରେ ମଜବୁତ ସଂପର୍କ ନେଇ ଆଲୋଚନା ହୋଇଛି
ଅନୱର ଇବ୍ରାହିମ ଟୁଇଟ୍ କରିଛନ୍ତି ଯେ, ଭାରତ ଓ ମାଲେସିଆ କାରବାର ଏବଂ ନିବେଶ ମାମଲାରେ ଏକ ମଜବୁତ ସହଯୋଗୀ ଭାବେ କାମ କରିବେ । ଏହା ବ୍ୟତୀତ ଜ୍ଞାନ କୌଶଳ, ଶିକ୍ଷା, ସୁରକ୍ଷା ସଂପର୍କିତ ପ୍ରସଙ୍ଗରେ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲି ଆସିଆନ ସମିଟର ଆୟୋଜନକୁ ସମ୍ବୋଧିତ କରିବେ । ସେ କହିଛନ୍ତି, ଆମେ ଆଞ୍ଚଳିକ ଶାନ୍ତି ଓ ସମୃଦ୍ଧି ପାଇଁ ଭାରତ ସହିତ ମିଶି ଛିଡା ହୋଇଛୁ ।
ଏହା ପୂର୍ବରୁ ଆକଳନ କରାଯାଉଥିଲା ଯେ, ଆସିଆନ ସମିଟ୍ ପାଇଁ ପିଏମ ମୋଦୀ ମାଲେସିଆ ଗସ୍ତ କରିବେ । ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ । ଟ୍ରେଡ ଟାରିଫ ମଧ୍ୟରେ ଟ୍ରମ୍ପ ଓ ମୋଦୀଙ୍କ ଆଗାମୀ ସାକ୍ଷାତକୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା । ମାତ୍ର ଏବେ ପିଏମ ମୋଦୀଙ୍କ ଭର୍ଚୁଆଲ ସମ୍ବୋଧନର ଖବର ଆସିବା ପରେ ଏସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି ।
Also read: ମହାମେଣ୍ଟର ବଡ ଘୋଷଣା, ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା, ମୁକେଶ ହେବେ ଡେପୁଟୀ ସିଏମ