ନୂଆଦିଲ୍ଲୀ: ଭାରତୀୟ ବାୟୁସେନା(ଆଇଏଏଫ)ର ଯୁଦ୍ଧ କ୍ଷମତାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଭାରତ ଓ ଫ୍ରାନ୍ସ ବହୁତ ବଡ ପ୍ରତିରକ୍ଷା ଚୁକ୍ତିନାମାର ନିକଟତର ହୋଇଛନ୍ତି । ବାୟୁସେନାରେ ଲଢୁଆ ବିମାନର ଅଭାବ ପୂରା କରିବା ପାଇଁ ଅତିରିକ୍ତ ରାଫେଲ ବିମାନ ଅର୍ଡର କରାଯିବାର ସମ୍ଭାବନା ରହିଛି । ଆସନ୍ତା ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଯାତ୍ରା ସମୟରେ ଏହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଭାରତୀୟ ବାୟୁସେନା ପୂର୍ବରୁ ମଧ୍ୟ ସରକାର ଟୁ ସରକାର ରାଜିନାମା ଆଧାରରେ ବଡ ସଂଖ୍ୟାରେ ଜେଟ୍ ଅଧିଗ୍ରହଣ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଏହି ମେଗା ପ୍ରୋଜେକ୍ଟ ଆଧାରରେ ବାୟୁସେନାକୁ ଅତି କମରେ ୧୧୪ ଆଧୁନିକ ଲଢୁଆ ରାଫେଲ ବିମାନର ଆବଶ୍ୟକତା ରହିଛି ।
ଏହି ଅଧିଗ୍ରହଣ ପାଇଁ ସର୍ବ ପ୍ରଥମେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ଠୁ ଆନୁଷ୍ଠାନିକ ମଞ୍ଜୁରୀ ନିଆଯିବ, ଯାହା ପରେ ମୂଲ୍ୟ ଉପରେ ଆଲୋଚନା କରାଯିବ । ଶେଷରେ ସୁରକ୍ଷା ମାମଲାର ମନ୍ତ୍ରିମଣ୍ଡଳ କମିଟି(ସିସିଏସ)ର ଅନ୍ତିମ ମୋହର ବାଜିବ । ଗତ ବର୍ଷ ନୌସେନା ପାଇଁ ୨୪ ରାଫେଲ ବିମାନ ଚୁକ୍ତିନାମା ପରେ ଏବେ ଏହି ବଡ ଡିଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି ସରକାର ।
ଭାରତରେ ହିଁ ନିର୍ମାଣ ହେବ ରାଫେଲ
ଏହି ଚୁକ୍ତିନାମାର ସବୁଠୁ ବଡ ବିଶେଷତ୍ୱ ଏହି ସବୁ ବିମାନର ନିର୍ମାଣ ଭାରତରେ ହିଁ କରାଯିବ । ଏହା ପୂର୍ବରୁ ଭାରତୀୟ ଅଦୌଗିକି ମେକାନିଜିମ ପ୍ଲାଣ୍ଟକୁ ମହତ୍ୱପୂର୍ଣ୍ଣ ବୈଷେୟିକ ଯନ୍ତ୍ରାଂଶ ଆସିବ । ଗତ ବର୍ଷ ଜୁନରେ ଟାଟା ଆଡଭାନ୍ସ ସିଷ୍ଟମ୍ସ ଲିମିଟେଡ ଏବଂ ଫ୍ରାନ୍ସର ଡସାଲ୍ଟ ଏଭିଏସନ ମଧ୍ୟରେ ରାଫେଲର ଫ୍ୟୁଜକଲ ଭାରତରେ ନିର୍ମାଣ ନେଇ ଚୁକ୍ତି ହୋଇଥିଲା । ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ରାଫେଲ ନିର୍ମାଣ ୟୁନିଟ୍ ସ୍ଥାପନ କରାଯାଉଛି । ଏହା କେବଳ ଭାରତର ଆବଶ୍ୟକତାକୁ ପୂରଣ କରିବ ନୁହେଁ ବରଂ ବୈଶ୍ୱିକ ଅର୍ଡର ପାଇଁ ମଧ୍ୟ ଉତ୍ପାଦନ କରିବ ।
Also read: 'ବାଂଲାଦେଶରେ ସାମ୍ପ୍ରଦାୟିକ ଘଟଣାଗୁଡ଼ିକୁ ଦୃଢ଼ ଭାବରେ ମୁକାବିଲା କରିବା ଆବଶ୍ୟକ'